ମହଙ୍ଗା ହେବ ବିମାନ ଯାତ୍ରା !

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଦକ୍ଷିଣ କୋରିଆ ଏୟାରଲାଇନ୍ସ ଆସନ୍ତା ମାର୍ଚ୍ଚ ମାସ ଠାରୁ ଅନ୍ତର୍ଜାତୀୟ ପଥରେ ଇନ୍ଧନ ସରଚାର୍ଜ ବଢ଼ାଇବାକୁ ପ୍ରସ୍ତୁତ ଅଛି । କାରଣ ଜେଟ୍ ଇନ୍ଧନର ଦର ଦ୍ରୁତ ଗତିରେ ବଢ଼ିଥିବାରୁ କଂପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାପଡ଼ିଛି । ବିଶ୍ୱସ୍ତ ସୂତରୁ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଆସନ୍ତା ମାର୍ଚ୍ଚ ମାସଠାରୁ ବିମାନ ଯାତ୍ରା ମହଙ୍ଗା ହୋଇପାରେ ।

ମିଡିଆ ରିପୋର୍ଟ ଅନୁସାରେ ଆସନ୍ତା ମାର୍ଚ୍ଚ ମାସ ୧ ତାରିଖ ଠାରୁ ଅନ୍ତର୍ଜାତୀୟ ପଥରେ ୱାନ ୱେ ଟିକେଟ ପାଇଁ ସରଚାର୍ଜ ୧୮୦୦୦ ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ୩୮ ହଜାର ୨୦୦ ଟଙ୍କା ଯାଏଁ ହୋଇପାରେ । ୨୦୨୧ ଏପ୍ରିଲରେ ଜେଟ ଇନ୍ଧନ ଦର ବୃଦ୍ଧି ଯୋଗୁଁ ଏହି ବିମାନ ଭଡା ବଢ଼ିପାରେ । କୋଭିଡ-୧୯ କାରଣରୁ ତେଲର କମ ଦର ଯୋଗୁଁ ୨୦୨୦ ଏପ୍ରିଲରୁ ଅନ୍ତର୍ଜାତୀୟ ପଥରେ ଇନ୍ଧନ ସରଚାର୍ଜ ଶୂନ୍ୟରେ ଥିଲା ।

Leave a Reply

Your email address will not be published.