ଅଧିବେଶନ ପୂର୍ବରୁ ବୈଠକ ଡାକିଲା ବିରୋଧି ଦଳ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବିରୋଧୀ ଦଳଙ୍କ ବୈଠକ ଡାକିଛନ୍ତି । ବୈଠକରେ ଟିଏମସିକୁ ମଧ୍ୟ ଡକାଯାଇଛି । ରାଜ୍ୟସଭା ସହିତ ଲୋକସଭାର ନେତା ମଧ୍ୟ ଏହି ବୈଠକରେ ଯୋଗଦେବେ । ଏହି ବୈଠକ ମଲ୍ଲିକାର୍ଜୁନ ଖଡଗେଙ୍କ କାର୍ଯ୍ୟାଳୟରେ ଆୟୋଜନ ହେବ । ସୂତ୍ର ଅନୁସାରେ ଅନେକ ବିରୋଧୀ ଦଳ ଚାହୁଁଛନ୍ତି ଯେ, ସରକାର ଆଲୋଚନା କରି ନିଲମ୍ବନକୁ ଫେରାଇ ନିଅନ୍ତୁ । ଯଦି ଏହା ନୁହେଁ, ତାହେଲେ ସଂସଦ ଭିତରେ ଏବଂ ବାହାରେ ପ୍ରଦର୍ଶନ କରାଯିବ । ସୂଚନା ଅନୁସାରେ ମୌସୁମୀ ଅଧିବେଶନରେ ହଙ୍ଗାମା କରିଥିବା କାରଣରୁ ୧୨ ଜଣ ସଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ସାଂସଦ ମାନେ ଏବେ ଗୃହର କାର୍ଯ୍ୟବାହୀ ସମୟରେ ସାମିଲ ହୋଇପାରିବେ ନାହିଁ । ବିରୋଧୀ ମାନେ ଏହି ନିଷ୍ପତ୍ତିକୁ ତୀବ୍ର ନିନ୍ଦା କରିଛନ୍ତି। ନିଲମ୍ବନକୁ ଅଲୋକତାନ୍ତ୍ରିକ କହିଛନ୍ତି । କୁହାଯାଉଛି ଯେ, ସୁରକ୍ଷାକର୍ମୀଙ୍କ ଦ୍ୱାରା ଦିଆଯାଇଥିବା ଭିଡିଓ ଫୁଟେଜ ଆଧାରରେ ରାଜ୍ୟସଭା ସାଂସଦ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ନିଲମ୍ବନ ଉପରେ ବିରୋଧୀ ଦଳ ଯୁଗ୍ମ ବୟାନ ଜାରି କରିଛନ୍ତି, ଯେଉଁଥିରେ କି କୁହାଯାଇଛି ଯେ, ଏହି ନିଲମ୍ବନ ରାଜ୍ୟସଭାର ପ୍ରକ୍ରିୟା ଓ କାର୍ଯ୍ୟ ପରିଚାଳନାର ନିୟମର ଉଲ୍ଲଂଘନ କରୁଛି ।

ଏହି ମାମଲାକୁ ନେଇ ଆଲୋଚନା କରିବାକୁ ସୂଚନାଯୋଗ୍ୟ, ଯେଉଁ ସାଂସଦମାନେ ନିଲମ୍ବିତ ହୋଇଛନ୍ତି, ସେମାନେ କଂଗ୍ରେସ, ଟିଏମସି ଓ ଶିବସେନାର ନେତା । ଏମାନେ ଗତ ଅଗଷ୍ଟ ମାସ ୧୧ ତାରିଖରେ ରାଜ୍ୟସଭାରେ ହଙ୍ଗାମା କରିଥିଲେ । ନିଲମ୍ବିତ ସାଂସଦ ମାନେ ହେଲେ କଂଗ୍ରେସର ଫୁଲୋ ଦେବୀ, ଛାୟା ବର୍ମା, ରିପୁନ ବୋରା, ରାଜାମଣି ପଟେଲ, ସୟଦ ନାସିର ହୁସେନ, ଅଖିଳେଶ ପ୍ରସାଦ ସିଂହ, ସିପିଏମରୁ ଏଲାମରମ କରୀମ, ସିପିଆଇରୁ ବିନୟ ବିଶ୍ୱମ, ଟିଏମସିରୁ ଶାନ୍ତା ଛେତ୍ରୀ, ଡୋଲା ସେନ, ଶିବସେନାରୁ ପ୍ରୟଙ୍କା ଚତୁର୍ବେଦୀ ଓ ଅନିଲ ଦେସାଇ ।

Leave a Reply

Your email address will not be published.