ହୋଇପାରେ ଲକଡାଉନ: ମନ୍ତ୍ରୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଲକଡାଉନ ପୁଣି ଥରେ ହୋଇପାରେ । ରାଜ୍ୟରେ ସଦ୍ୟ ଲକ୍‌ଡାଉନ୍‌ ଜାରି କରାଯିବା ପରିସ୍ଥିତି ଆସୁଛି, କିନ୍ତୁ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି । ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ବିସ୍ତାର ବାତାବରଣରେ ଗତ ୧୧ ଦିନ ହେବ ମହାରାଷ୍ଟ୍ରରେ ‌ଦୈନିକ କୋଭିଡ୍‌-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଇଛି। ଏଥିଯୋଗୁଁ ରାଜ୍ୟ ସରକାର ନୂଆ ମାର୍ଗଦର୍ଶିକା ଜାରି କରିବାକୁ ବାଧ୍ୟ ହୋଇଛନ୍ତି ।

୮,୦୬୭ଜଣ ବ୍ୟକ୍ତି କୋଭିଡ ପଜିଟିଭ୍‌ ହୋଇଥିବା ଚିହ୍ନଟ ହେବା ଯୋଗୁଁ ରାଜ୍ୟରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବଢ଼ିଯିବାରୁ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ବିଜୟ ୱାଡ଼େଟ୍ଟିୱାର୍‌ ଉପରୋକ୍ତ ମନ୍ତବ୍ୟ‌ ଦେଇଛନ୍ତି ।

Leave a Reply

Your email address will not be published.