କିଭ ଅଭିମୁଖେ ଋଷ ସେନା, ସାଟେଲାଇଟ ଚିତ୍ରରୁ ମିଳିଲା ତଥ୍ୟ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଋଷ କିଭକୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛିି । କିଭ୍ ରେ ଘନ ଘନ ବୋମା ମାଡ଼ କରୁଛି ଋଷ ସେନା । ସୈନିକ, ଗୋଳାବାରୁଦ, ଯୁଦ୍ଧାସ୍ତ୍ର ଧରି ଆଗକୁ ବଢୁଛି ଋଷ ସେନା । ୬୪ କିଲୋମିଟର ଲମ୍ବା କାଫିଲା କିଭ୍ ଅଭିମୁଖେ ଅଗ୍ରସର ହେଉଛନ୍ତି । ଏହାକୁ ପ୍ରମାଣ କଲାଭଳି ଏକ ଦୃଶ୍ୟ ଆମେରିକା ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି । ୟୁକ୍ରେନ ରାଜଧାନୀ କିଭର ଉତ୍ତର ପଟରେ ଏଭଳି ସେନା ଛାଉଣୀ କରିଛି ମସ୍କୋ । ଆମେରିକା କମ୍ପାନି ମାସ୍କର ପକ୍ଷରୁ ଜାରି ହୋଇଥିବା ଏହି ଫଟୋରୁ ଜଣାପଡୁଛିଯେ, ପ୍ରାୟ ୬୫ କିଲୋମିଟର ଧରି ଲମ୍ବିଛି ଋଷିଆ ସେନାର କାରକେଡ୍ । ୟୁକ୍ରେନ ସୀମାଠାରୁ ପ୍ରାୟ ୨୦ କିଲୋମିଟର ଦୂର ବେଲାଋଷରେ ଋଷର ଲଢୁଆ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ରହିଛି ।

Leave a Reply

Your email address will not be published.