ଅଯୋଧ୍ୟାରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ୪.୩ ତୀବ୍ରତା

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଅଯୋଧ୍ୟାରେ ଗୁରୁବାର ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସିସ୍‌ମୋଲୋଜୀ ଅନୁସାରେ ରାତି ୧୧ଟା ୫୯ ମିନିଟ ଏବଂ ୨୨ ସେକେଣ୍ଡରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ମପାଯାଇଥିଲା। ସେଣ୍ଟର କହିବା ଅନୁସାରେ ଏହାର କେନ୍ଦ୍ରସ୍ଥଳ ଭୂପୃଷ୍ଟରୁ ୧୫ କିଲୋମିଟର ତଳକୁ ଥିଲା । ବିଳମ୍ବିତ ରାତିରେ ଭୂକମ୍ପ ହୋଇଥିବାରୁ ଲୋକେ ଭୟଭୀତ ହୋଇ ବାହାରକୁ ଆସିଯାଇଥିଲେ।

Leave a Reply

Your email address will not be published.