ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): କୋର୍ଟ ପରିସରରେ ବିସ୍ଫୋରଣ । ଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ବିସ୍ଫୋରଣ ଘଟିଛି । କୋର୍ଟ କାର୍ଯ୍ୟ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଏକ ଲ୍ୟାପଟପ୍ ବ୍ୟାଗରେ କିଛି ବିସ୍ଫୋରକ ସାମଗ୍ରୀ ରହିଥିବା ବେଳେ କେଉଁ କାରଣରୁ ଓ କିଏ ଏହି ବିସ୍ଫୋରଣ ଘଟାଛି ତାହା ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ତେବେ ବିସ୍ଫୋରଣରେ ଜଣେ ଗୁରୁତର ଭାବରେ ଆହାତ ହୋଇଥିବା ବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି । ରୋହିଣୀ କୋର୍ଟରେ ବିସ୍ଫୋରଣ ନେଇ ଦିଲ୍ଲୀ ଡିସିପି ପ୍ରବଣ ତୟାଲ୍ ସୂଚନା ଦେଇଛନ୍ତି । ଅନ୍ୟପଟେ ବିସ୍ଫୋରଣ ପରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published.