ଚେନ୍ନାଇ, ତାମିଲନାଡୁ ଓ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି, ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ଚେନ୍ନାଇ, ତେଲେଙ୍ଗାନା ଓ ତାମିଲନାଡୁରେ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ଦକ୍ଷିଣ ଭାଗରେ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ମଧ୍ୟରେ ଚେନ୍ନାଇର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ଏହାରି ମଧ୍ୟରେ ପାଣିପାଗ ବିଭାଗ କହିଛି ଯେ, ତେଲେଙ୍ଗାନାର ଗୋଟିଏ ୨ଟି ଜିଲ୍ଲାରେ ବର୍ଷା ହେବ ।

ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ତେଲେଙ୍ଗାନାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ । ହାଇଦ୍ରାବାଦସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ କିଛି ସ୍ଥାନରେ ଆଗାମୀ ୨୪ରୁ ୪୮ ଘଣ୍ଟା ମଧ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ପ୍ରବଳ ବର୍ଷା ଓ ଖରାପ ପାଗ ଲାଗି ଚେନ୍ନାଇ ବିମାନବନ୍ଦର ଗତକାଲି ୫ ଘଣ୍ଟା ବନ୍ଦ ରଖାଯାଇଥିଲା । ଆଜି ମଧ୍ୟ ଦିନ ୧ଟା ୧୫ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବିମାନ ଆଗମନ ବନ୍ଦ ରହିବ, କିନ୍ତୁ ଏଠାରୁ ବିମାନ ଉଡିବାରେ କୌଣସି ଅସୁବିଧା ନାହିଁ ।

Leave a Reply

Your email address will not be published.