ନିୟମିତ ଅନ୍ତର୍ଜାତୀୟ ବିମାନ ସେବା କେବେଠୁ ଆରମ୍ଭ ହେବ ଜାଣନ୍ତୁ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ବିଦେଶ ଯାତ୍ରା ପାଇଁ ଯୋଜନା କରୁଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଆଶ୍ୱସ୍ତି ଖବର ମିଳିପାରେ । ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ଦେଶରେ ୨୩ ମାସ ହେବ ଲାଗିଥିବା କଟକଣାକୁ ଖୁବ୍ ଶୀଘ୍ର ଶେଷ କରିବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ରିପୋର୍ଟ ଅନୁସାରେ ସରକାର ଦେଶରେ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ପୁଣି ଥରେ ଆରମ୍ଭ କରିପାରନ୍ତି । ଆଶା କରାଯାଉଛି ଯେ, ମାର୍ଚ୍ଚ ୧ ତାରିଖ ଠାରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହୋଇପାରେ । ସୂଚନାଯୋଗ୍ୟ, କରୋନା ଭାଇରସ କାରଣରୁ ସରକାର ୨୦୨୦ରେ ସମସ୍ତ ପ୍ରକାରର ନିୟମିତ ବିମାନ ଉଡାଣ ଉପରେ କଟକଣା ଲଗାଇଛନ୍ତି । ପରେ ଘରୋଇ ବିମାନ ଉଡାଣ ଉପରୁ କଟକଣା ଉଠାଇ ଦେଇଛନ୍ତି । କିନ୍ତୁ ନିୟମିତ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଏବେବି କଟକଣା ଜାରି ରହିଛି ।

Leave a Reply

Your email address will not be published.