ଖାଦ୍ୟ ସଙ୍କଟ, ୩ ଥର ବଦଳରେ ଥରେ ଖାଉଛନ୍ତି ଲୋକେ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଖାଦ୍ୟ ସଙ୍କଟ ଦେଖାଦେଇଛି । ଗୋଟିଏ ପଟେ ରୋଜଗାର ମିଳୁ ନଥିବା ବେଳେ ଅନ୍ୟପାଶ୍ୱର୍ରେ ଦରଦାମ ବୃଦ୍ଧି ଯୋଗୁଁ ଲୋକେ ହଇରାଣ ହେଉଛନ୍ତି । ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି । ଲୋକେ ଦୁର୍ଭିକ୍ଷର ଶିକାର ହେଉଛନ୍ତି । ହଜାର ହଜାର ଲୋକଙ୍କୁ ଦିନରେ ୩ ଥର ବଦଳରେ ଗୋଟିଏ ଥର ଖାଇବାକୁ ମିଳୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ।

ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଉପକଣ୍ଠରେ ରହୁଥିବା ଫତିମା ଅରୁଜ ନାଁରେ ଜଣେ ମହିଳା କୁହନ୍ତି, ଦୁର୍ଭିକ୍ଷ କାରଣରୁ ସେ ନିଜର ୨ ପିଲାଙ୍କୁ ମିଛ କୁହନ୍ତି ଯେ, ଏବେ ରମଜାନ ମାସ ଚାଲିଛି । ଏଥିପାଇଁ ସମସ୍ତଙ୍କୁ ଉପବାସ ରହିବାକୁ ପଡ଼ିବ । ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଁ ନିଜର ପିଲାମାନଙ୍କୁ କହିଛି ଯେ, ରମଜାନ ମାସ ଚାଲିଛି ଏବଂ ଏଥି ପାଇଁ ଉପବାସ କରିବାକୁ ହେବ । ଫତିମାଙ୍କ ପିଲାମାନଙ୍କର ବୟସ ୫ ଓ ୬ । ତାଙ୍କର ୩୬ ବର୍ଷୀୟ ସ୍ୱାମୀ ଦିନ ମଜୁରିଆ । କାମଧନ୍ଦା ମିଳୁ ନଥିବାରୁ ସେ ମଧ୍ୟ ମାନସିକ ଚାପରେ ଅଛନ୍ତି । ଫତିମା ନିଜର ପିଲାମାନଙ୍କୁ ଦିନକୁ ୩ ଥର ଖାଇବାକୁ ଦେଇପାରୁ ନାହାନ୍ତି । ତେଣୁ ମିଛ କୁହନ୍ତି ।

Leave a Reply

Your email address will not be published.