ପଞ୍ଜାବର ପଠାନକୋଟ ଆର୍ମି କ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ଗ୍ରେନେଡ ବିସ୍ଫୋରଣ, ପୁଲିସର ତଦନ୍ତ ଜାରି

ନୂଆଦିଲ୍ଲୀ, ନାଗରାଜ ନ୍ୟୁଜ : ପଞ୍ଜାବର ପଠାନକୋଟ ଆର୍ମି କ୍ୟାମ୍ପର ତ୍ରିବେଣୀ ଗେଟ୍ ନିକଟରେ ଗ୍ରେନେଡ ବିସ୍ପୋରଣ ହୋଇଛି । ‘ଏସଏସପି’ ସୁରେନ୍ଦ୍ର ଲାମ୍ବା ଏନେଇ ସୂଚନା ଦେଇଛନ୍ତି । ତେବେ ଏହି ବିସ୍ଫୋରଣ ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି । ରିପୋର୍ଟରେ କୁହାଯାଇଛିଯେ, ଏହି ଅଞ୍ଚଳରୁ ଏକ ବିବାହ ଶୋଭାଯାତ୍ରା କରୁଥିବା ସମୟରେ ବାଇକରେ ଆସିଥିବା ଅଜ୍ଞାତ ବ୍ୟକ୍ତିମାନେ ଆର୍ମି ଷ୍ଟେସନ ଫାଟକ ନିକଟରେ ଗ୍ରେନେଡ ଫିଙ୍ଗିଥିଲେ । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ପଠାନକୋଟରେ ସମସ୍ତ ପୁଲିସ ଚେକ ପୋଷ୍ଟକୁ ସତର୍କ କରାଯାଇଛି । ସ୍ଥାନୀୟ ପୁଲିସ ଅଧିକାରୀଙ୍କ ଦ୍ୱାରା ଗ୍ରେନେଡର କିଛି ଅଂଶ ଉଦ୍ଧାର କରାଯାଇଥିଲା । ଏହି ସମୟରେ ଘଟଣାର ଅଧିକ ତଦନ୍ତ ଚାଲିଛି ।

Leave a Reply

Your email address will not be published.