ହରିଦ୍ୱାରରେ ଧର୍ମ ସଂସଦରେ ଉତ୍ତେଜିତ ଭାଷଣ ଦେବା ଅଭିଯୋଗ: ଜିତେନ୍ଦ୍ର ନାରାୟଣ ତ୍ୟାଗୀ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଛି ପୁଲିସ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ପୁଲିସ ୱାସିମ୍‌ ରିଜଭୀ ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଏବଂ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି । ହରିଦ୍ୱାରରେ ଧର୍ମ ସଂସଦରେ ଉତ୍ତେଜିତ ଭାଷଣ ଦେବା ଅଭିଯୋଗରେ ଉତ୍ତରାଖଣ୍ଡ ପୁଲିସ ଏହି ମାମଲା ରୁଜ୍ଜୁ କରିଛନ୍ତି । ଏନେଇ ଗଣମାଧ୍ୟମକୁ ଏହି ସୂଚନା ଦେଇଛି ଉତ୍ତରାଖଣ୍ଡ ପୁଲିସ । ଅଭିଯୋଗ ଅନୁସାରେ ହରିଦ୍ବାରରେ ଅନୁଷ୍ଠିତ ଧାର୍ମିକ ସଭାରେ ଧର୍ବବିଶେଷ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦିଆଯାଇଥିଲା। ଏହାକୁ ନେଇ ବିବାଦ ଦେଖାଯାଇଥିଲା ।

ଉତ୍ତରାଖଣ୍ଡ ପୋଲିସ ଟୁଇଟ୍‌ କରି କହିଛି ଯେ, ସାମାଜିକ ଗଣମାଧ୍ୟମରେ ଧର୍ମ ବିଶେଷ ବିରୋଧରେ ଉତ୍ତେଜିତ ଭାଷଣ ଦେଇ ଭୁଲ ବାର୍ତ୍ତା ପ୍ରଚାର କରୁଥିବା ସଂପର୍କିତ ଭିଡିଓ ଭାଇରାଲକୁ ନେଇ ୱାସିମ ରିଜଭୀ ଓରଫ ଜିତେନ୍ଦ୍ର ନାରାୟଣ ତ୍ୟାଗୀ ଓ ଅନ୍ୟ ମାନଙ୍କ ବିରୋଧରେ ହରିଦ୍ୱାରସ୍ଥିତ ଏକ ଥାନାରେ ଧାରା ୧୫୩ଏ ଆଇପିସି ଅନ୍ତର୍ଗତ ମାମଲା ରୁଜ୍ଜୁ କରାଯାଇଛି ।

Leave a Reply

Your email address will not be published.