ଚେନ୍ନାଇରେ ପ୍ରବଳ ବର୍ଷା କାରଣରୁ ୩ ମୃତ

ଚେନ୍ନାଇ, (ନାଗରାଜ ନ୍ୟୁଜ): ଚେନ୍ନାଇରେ ପ୍ରବଳ ବର୍ଷା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଆଞ୍ଚଳିକ ପାଣିପାଗ ବିଭାଗ ରେଡ ଆଲର୍ଟ ଜାରି କରିଛି । ଆନ୍ନା ନାଗାଟୋ ଅଞ୍ଚଳରେ ଏକ ସପିଂ ମଲ୍‌ର ଛାତର କିଛି ଅଂଶ ଭୁଶୁଡ଼ିପଡ଼ିଛି । ବର୍ଷା ଯୋଗୁଁ ସଡ଼କ ଓ ତଳିଆ ଅଞ୍ଚଳରେ ସଙ୍କଟ ପରିସ୍ଥିତି ଦେଖାଯାଇଛି । ସଡ଼କରେ ପାଣି ଭର୍ତ୍ତି ହେବା ପରେ ମାଉଣ୍ଟ ରୋଡ ସମେତ ଅନେକ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍‌ ଜାମ ହୋଇଛି । ପ୍ରବଳ ବର୍ଷା ମଧ୍ୟରେ ଚେମ୍ବ୍ରାମ୍ବକ୍କମ ଡ୍ୟାମ୍‌ରୁ ୧୦୦୦ କ୍ୟୁସେକ୍‌ ପାଣି ଛଡାଯାଇଛି । ଫଳରେ ଚେନ୍ନାଇବାସୀଙ୍କ ପାଇଁ ରେଡ ଆଲର୍ଟ ଜାରି ହୋଇଛି ।

ଓରେଟୀରେ ଜଣେ ୭୦ ବର୍ଷୀୟ, ମାୟଲାପୁରରେ ୧୩ ବର୍ଷୀୟ ବାଳକ ଓ ପୁଲିୟାଥୋପରେ ୪୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। କୁହାଯାଉଛି ଯେ ରୋୟାପେଟ୍ଟାହରେ ଅନ୍ନାଦ୍ରମୁଖ ପାର୍ଟିର ମୁଖ୍ୟ କାର୍ୟ୍ୟାଳୟ ଜଳମଗ୍ନ ହୋଇଛି। କିଛି ସଡ଼କ ଉପରେ ୩ଫୁଟ ଉଚ୍ଚର ଜଳପ୍ରବାହିତ ହୋଇଛି। ଫଳରେ ଯାତାୟତରେ ବ୍ୟାପକ ଅସୁବିଧା ହୋଇଛି।

Leave a Reply

Your email address will not be published.