ଆମେରିକା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ୟୁକ୍ରେନ ରାଷ୍ଟ୍ରପତି, ଦେଶ ଛାଡ଼ିବି ନାହିଁ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୟୁକ୍ରେନ ଏବଂ ଋଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ୟୁକ୍ରେନ ପୁରା ଦମରେ ଋଷର ସାମ୍ନା କରୁଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର୍ ଜେଲେନସ୍କିଙ୍କ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି । ସେ ପଛକୁ ହଟିବେ ନାହିଁ ବୋଲି ସଫାସଫି କହିଦେଇଛନ୍ତି । ଏପରିକି ତାଙ୍କୁ ଅସ୍ତ୍ରଶସ୍ତ୍ର ଗୋଳାବାରୁଦ ଦରକାର ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଆମେରିକା ଜେଲେନସ୍କିଙ୍କୁ ଦେଶ ଛାଡ଼ିଦେବାକୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ସ୍ପଷ୍ଟ ଭାବେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଜେଲେନସ୍କି । ତାଙ୍କ କହିବାନୁସାରେ, ସେ ଡ଼ରି ପଳାଇବା ଲୋକ ନୁହେଁ । ଋଷ ସେନା ରାଜଧାନୀ କିଭକୁ କବଜା କରିନି । ଯଦି ସାହାଯ୍ୟ କରିବାକୁ ଚାହୁଁଛ ତେବେ ଗୁଳିଗୋଳା ଦିଅ ବୋଲି ଜେଲେନସ୍କ ଜୋ ବାଇଡେନଙ୍କୁ କହିଥିଲେ ।

Leave a Reply

Your email address will not be published.