ଉତ୍ତରପ୍ରଦେଶରେ ୬୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟ ହେଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିଜ ନିକଟତମ ପ୍ରତିଦ୍ୱନ୍ଦିଙ୍କଠାରୁ ୬୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଶାଳ ବିଜୟ ହାସଲ କରିଛନ୍ତି । ଗୋରଖପୁର ସଦର ଆସନରୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ଯୋଗୀ ଆଦିତ୍ୟନାଥ ପୂର୍ବରୁ ୫ଥର(୧୯୯୮,୧୯୯୯,୨୦୦୪,୨୦୦୯ ଏବଂ ୨୦୧୪) ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଗରୁବାର ନିର୍ବାଚନୀ ପରିଣାମରେ ଗୋରଖପୁର ସଦର ଆସନରେ ୬୭,୧୭୩ ଭୋଟ ବ୍ୟବଧାନରେ ବଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାତଙ୍କୁ୧,୧୧,୧୬୪ ଖଣ୍ଡ ଭୋଟ ମିଳିଛି । ସମାଜବାଦୀ ପ୍ରାର୍ଥୀ ଶୁଭୱଟି ଉପେନ୍ଦ୍ର ଦତ୍ତ ଶୁକ୍ଲାଙ୍କୁ ୪୩,୯୯୧ ଖଣ୍ଡ ଭୋଟ ମିଳିଛି । ସେହିପରି ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କୁ କେବଳ ୫,୮୮୮ ଖଣ୍ଡ ଭୋଟ ମିଳିଛି ।

Leave a Reply

Your email address will not be published.