କୋଭାସ୍କିନ ସମେତ ‘ହୁ’ ଅନୁମୋଦିତ ସମସ୍ତ ଟାକାକୁ ବ୍ରିଟେନର ସ୍ୱୀକୃତି

ଲଣ୍ଡନ: ବ୍ରିଟେନ କୋଭାସ୍କିନ ସମେତ ‘ହୁ’ ଅନୁମୋଦିତ ସମସ୍ତ ଟୀକାକୁ ସ୍ୱୀକୃତି ଦେବ । ଯାହା ଏବେ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ଏହା ନିଶ୍ଚିତ ଭାବେ ଭଲ ଖବର । ଏସବୁ ଟିକା ନେଇଥିବା ଲୋକମାନେ ଆସନ୍ତା ୨୨ ତାରିଖ ଭୋର ୪ଟାରୁ ବ୍ରିଟେନରେ ପ୍ରବେଶ କରିପାରିବେ । ସେମାନଙ୍କ ପାଇଁ ପୂର୍ବରୁ ଲାଗୁ ସଙ୍ଗରୋଧରେ ରହିବା ନିୟମ ଲାଗୁ ହେବ ନାହିଁ ବୋଲି ବ୍ରିଟେନ ସରକାର ସ୍ପଷ୍ଟ କରି ଦେଇଛନ୍ତି । ବ୍ରିଟିଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି ଯେ ୧୮ ବର୍ଷରୁ କମ ବୟସର ପିଲାମାନେ ଯଦି ଉଭୟ ଡୋଜ ଟିକା ନେଇଥିବେ ତେବେ ସେମାନେ ବି ବ୍ରିଟେନକୁ ଆସିପାରିବେ ଓ ସେମାନଙ୍କ ପାଇଁ ପୂର୍ବରୁ ଲାଗୁ କ୍ୱାରାଣ୍ଟାଇନ ନିୟମ ଲାଗୁ ହେବ ନାହିଁ ।

Leave a Reply

Your email address will not be published.