କାବୁଲ ଏୟାରପୋର୍ଟରେ ଅଜ୍ଞାତ ଗୁଳିକାଣ୍ଡ

କାବୁଲ: ତାଲିବାନଙ୍କ ଆତଙ୍କରେ ଥରୁଛି ପୂରା ଆଫଗାନିସ୍ତାନ । ଏହିସମୟରେ ଆଫଗାନିସ୍ତାନ ବାସୀ ଦେଶ ଛାଡିବାର ଚେଷ୍ଟା କରୁଛନ୍ତି । ଯାହାର ଫାଇଦା ଅନ୍ୟ ଆତଙ୍କବାଦୀ ସଂଗଠନ ନେଉଛି। କାବୁଲ ଏୟାରପୋର୍ଟରେ ଲଗାତାର ଭିଡ ବଢିବା କାରଣରୁ ଏହା ଭିତରେ ବହୁବାର ଗୁଳିକାଣ୍ଡ ଘଟଣା ଦେଖିବାକୁ ମିଳିଛି। ନ୍ୟୁଜ ଏଜେନ୍ସି ରଏଟର୍ସର ଖବର ଅନୁସାରେ, କାବୁଲ ବିମାନବନ୍ଦରରେ ସୋମବାର କିଛି ଅଜ୍ଞାତ ଗୁଳିକାଣ୍ଡ କରିଛନ୍ତି ।  ଏଥିରେ ଜଣେ ଆଫଗାନୀ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇଛି। ସେଭଳି ଅନ୍ୟ ୩ ଜଣ ଗୁରୁତର ଅଛନ୍ତି।

ଚଳିତ ସପ୍ତାହ ଆରମ୍ଭରୁ ମଧ୍ୟ କାବୁଲ ବିମାନବନ୍ଦରରେ ଦେଶ ଛାଡିବା ପାଇଁ ଲୋକଙ୍କର ପ୍ରବଳ ଭିଡ ଥିଲା। ସେତେବେଳେ ଗୁଳିକାଣ୍ଡ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ରବିବାର ଦ୍ବିତୀୟ ଥର ଫାୟାରିଂ ହୋଇଥିଲା। ବ୍ରିଟିସ୍ ସେନାର ସୂଚନା ଅନୁସାରେ, ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ବି କାବୁଲ ବିମାନବନ୍ଦର ସୁରକ୍ଷା ଆମେରିକା ସୈନିକଙ୍କ ହାତରେ ରହିଛି।

Leave a Reply

Your email address will not be published.