ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ବୁଧବାର ବିଳମ୍ବିତ ରାତ୍ରରେ ଜମ୍ମୁରେ ଦୁଇଥର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଡୋଡା ଓ କିସ୍ତଓ୍ୱାଡା ଏଥିରେ ପ୍ରଭାବିତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ପ୍ରଥମେ ୧୧ଟା ୪ରେ ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା । କିଛି ସମୟ ପରେ ଆଉ ଏକ ଝଟକା ଲାଗିଥିଲା । ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜିର କହିବାନୁସାରେ, ୧୧ଟା ୫୨ରେ ଦ୍ୱିତୀୟ ଥର ଭୂମିକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା ।

Leave a Reply

Your email address will not be published.