ବ୍ୟାନ ହୋଇପାରେ ଜନସନ ବେବି ପାଉଡର, ଏପ୍ରିଲରେ ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ): ସମଗ୍ର ବିଶ୍ୱରେ ତଥା ବେବି କେୟାର ମାର୍କେଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଜନସନ ଆଣ୍ଡ ଜନସନ ବେବି କମ୍ପାନୀ । ଯାହାର ପ୍ରଡକ୍ଟ ନା ହିଁ କେବଳ ଶିଶୁମାନଙ୍କଠାରେ ବ୍ୟବହାର କରାଯାଉଛି ବରଂ ବଡ଼ ଲୋକମାନେ ମଧ୍ୟ ବ୍ୟବହାର କରୁଛନ୍ତି । ହେଲେ ଏବେ ଏହାର ବ୍ୟବହାର ଉପରେ ପ୍ରଶ୍ନ ଉଠିଛି । କାରଣ ପାଉଡର କ୍ୟାନସର ସୃଷ୍ଟିକାରୀ ବୋଲି ଜାଣିବା ପରେ ସାରା ବିଶ୍ୱ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛନ୍ତି । ତେବେ ପାଉଡର ବ୍ୟାନ ନେଇ ଏପ୍ରିଲରେ ବଡ଼ ଘୋଷଣା ହୋଇପାରେ । ସୂଚନା ମୁତାବକ, ନ୍ୟୁଜର୍ସିର ଜଣେ ୪୭ ବର୍ଷୀୟ ଇନମେଷ୍ଟମେଣ୍ଟ ୱାର୍କର ଷ୍ଟିଫନ ଲୈଜି ଏବଂ ତାଙ୍କ ପତ୍ନୀ କେଣ୍ଡ୍ରା ୨୦୧୮ ମସିହାରେ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଥିଲେଯେ, କମ୍ପାନୀର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ତାଙ୍କୁ ମେସୋଥେଲିଓମା ହୋଇଛି । ମେସୋଥେଲିଓମା ଏକ ପ୍ରକାରର କର୍କଟ ରୋଗ ।

ଦମ୍ପତ୍ତିଙ୍କ କହିବା କଥା ଅନୁସାରେ, କମ୍ପାନୀର ପାଉଡରରେ ଆଜବେସଟସର ରହିଥିବା କାରଣରୁ ତାଙ୍କୁ ମେସୋଥେଲିଓମା ହୋଇଛି । ଲୈଜି ଆହୁରି ମଧ୍ୟ କହିଥିଲେକି, କମ୍ପାନୀକୁ ଏହି ସମ୍ପର୍କରେ ଜଣାଇଥିଲେ ସୁଦ୍ଧା କମ୍ପାନୀ ତରଫରୁ ନିଜର ପ୍ରଢକ୍ୟ ଉପରେ କୌଣସି ଚେତାବନୀ ଦିଆଯାଉନାହିଁ । ତେବେ ଏହି କମ୍ପାନୀ ଉପରେ ୩୪ରୁ ଅଧିକ ମାମଲା ବି ରୁଜ୍ଜୁ ହୋଇଛି । ବ୍ରିଟେନରେ କମ୍ପାନୀର ଅଶିଂଦାରମାନେ ଏକାଠି ହୋଇ ପାଉଡର ବିକ୍ରି ଉପରେ ବିଶ୍ୱବ୍ୟାପୀ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ଆମେରିକାରେ ଏହି ପାଉଡରରେ ଆଜବେସଟସର ଏକ ପ୍ରକାର କ୍ରେସୋଟାଇଲ ଫାଇବର ମିଳିଥିଲା, ଯାହା କ୍ୟାନସର ସୃଷ୍ଟି କରିପାରେ ବୋଲି କୁହାଯାଇଥିଲା । ଏହା ଚର୍ମ କର୍କଟ ସୃଷ୍ଟି କରିପାରେ ବୋଲି ସନ୍ଦେହ କରାଯାଇଥିଲା । ତେବେ ବିକ୍ରି କମ୍ ଦର୍ଶାଇ କମ୍ପାନୀ ୨୦୨୦ରେ ଆମେରିକା ଓ କାନାଡାରେ ଏହାର ବିକ୍ରି ବନ୍ଦ କରି ଦେଇଥିଲା । ହେଲେ ଏହା ଆଜି ବ୍ରିଟେନ ସମେତ ଆହୁରି କିଛି ଦେଶରେ ବିକ୍ରି କରାଯାଉଛି ।

Leave a Reply

Your email address will not be published.