ମହାତ୍ମା ଗାନ୍ଧୀଙ୍କୁ ନେଇ ଅସମ୍ମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ କାଳୀଚରଣ ଗିରଫ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ମହାତ୍ମା ଗାନ୍ଧୀଙ୍କୁ ନେଇ ଅସମ୍ମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ କାଳୀଚରଣ ମହାରାଜଙ୍କୁ ଗିରଫ କରାଯାଇଛି । ସାଧୁ କାଳୀଚରଣ ମହାରାଜଙ୍କୁ ରାୟପୁର ପୁଲିସ ଖଜୁରାଓରୁ ଗିରଫ କରିଛି । ତାଙ୍କୁ ନାଥୁରାମ ଗଡ଼ସେଙ୍କୁ ପ୍ରଶଂସା କରିବା ଓ ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନ କରିବା ଅଭିଯୋଗରେ ଗିରଫ କରାଯାଇଛି ।

ରାୟପୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପ୍ରଶାନ୍ତ ଅଗ୍ରୱାଲ୍‌ କହିଛନ୍ତି, ମଧ୍ୟପ୍ରଦେଶର ଖଜୁରାଓ ଠାରୁ ୨୫ କିଲୋମିଟର ଦୂର ବାଗେଶ୍ବର ଧାମ ନିକଟରେ ଗୋଟାଏ ଭଡ଼ାଘରେ କାଳୀଚରଣ ମହାରାଜ ଅବସ୍ଥାନ କରୁଥିଲେ। ଆଜି ପାହାନ୍ତା ୪ଟା ବେଳେ ପୁଲିସ ତାଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କୁ ଧରି ସନ୍ଧ୍ୟା ସୁଦ୍ଧା ପୁଲିସ ଟିମ୍‌ ରାୟପୁରରେ ପହଞ୍ଚିଯିବ ।

Leave a Reply

Your email address will not be published.