୧୫ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭିଡ୍‌ ଟିକା ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ):୧୫ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ପାଇଁ କୋଭିଡ୍‌ ଟିକା ପଞ୍ଜିକରଣ ଆଜି ଠାରୁ ଆରମ୍ଭ ହେଉଛି । ‘କୋୱିନ୍‌ ପୋର୍ଟାଲ୍‌’ରେ କୋଭିଡ୍‌-୧୯ ନିରୋଧୀ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେଉଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନମସୁଖ ମଣ୍ଡାଭୀୟ କହିଛନ୍ତି । ଏଥିପାଇଁ ଆପଣା ପରିବାରରେ ଥିବା ଯୋଗ୍ୟ ପିଲାଙ୍କୁ ପଞ୍ଜିକୃତ କରିବା ଲାଗି ଟୁଇଟ୍‌ କରି ସ୍ୱାସ୍ଥ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ହିନ୍ଦୀ ଭାଷାରେ ଟୁଇଟ୍‌ କରି ସେ ଲେଖିଛନ୍ତି: ପିଲାଏ ସୁରକ୍ଷିତ ଥିଲେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବ । ନବବର୍ଷ ଅବସରରେ ଆଜି ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ କୋଭିଡ୍-୧୯ ଟିକାକରଣ ପାଇଁ ‘କୋୱିନ୍‌ ପୋର୍ଟାଲ୍‌‌’ରେ ପଞ୍ଜିକରଣ ଆରମ୍ଭ କରାଯାଉଛି ।

Leave a Reply

Your email address will not be published.