ଜାତୀୟ ସଙ୍ଗୀତକୁ ଅସମ୍ମାନ କଲେ ମମତା ବାନାର୍ଜୀ, ଅଭିଯୋଗ ଆଣିଲା ବିଜେପି

ମୁମ୍ବାଇ, (ନାଗରାଜ ନ୍ୟୁଜ ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ସଙ୍ଗୀତକୁ ଅପମାନ କରିଛନ୍ତି । ଏଭଳି ଅଭିଯୋଗ ଆଣିଛି ବିଜେପି । ମୁମ୍ବାଇ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜାତୀୟ ସଙ୍ଗୀତକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତାଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ ମମତା ବାନାର୍ଜୀ ଜାତୀୟ ସଂଗୀତକୁ ଅପମାନିତ କରିଥିବାର ଅଭିଯୋଗ ହୋଇଛି । ବିଜେପି ନେତା ପ୍ରତୀକ କର୍ପେ ଅଭିଯୋଗ କରିଛନ୍ତିଯେ, ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ବେଳେ ମମତା ବାନାର୍ଜୀ ବସି ରହିଥିଲେ ଏହାସହ ୨-୪ ପଦ ଗାଇ ହଠାତ ସଙ୍ଗୀତକୁ ବନ୍ଦ କରିଦେଇଥିଲେ । ସେପଟେ ପଶ୍ଚିମବଙ୍ଗର ବିଜେପି ୟୁନିଟ୍‌ ଏହି ରାଷ୍ଟ୍ରଗାନକୁ ଅପମାନ କରିଥିବା ମାମଲାକୁ ନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏକ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଜାତୀୟ ସଙ୍ଗୀତ ଗାନ ବେଳେ ମମତା ବାନାର୍ଜୀ ବସିରହିଥିଲେ, ଏହାପରେ ସେ ଉଠିଥିଲେ ଏବଂ ମଝିରେ ରାଷ୍ଟ୍ରଗାନକୁ ବନ୍ଦ କରିଦେଇଥିଲେ । ଜଣେ ମୁଖ୍ୟମନ୍ତ୍ରୀ ଏପରି ଆମର ଭାରତୀୟ ସଂସ୍କୃତିକୁ ଅପମାନ କରିବା ଆଦୌ ଗ୍ରହଣୀୟ ନୁହେଁ, ଏହା ଦେଶର ଗୌରବ ରବିନ୍ଦ୍ରନାଥ ଟାଗୋରଙ୍କ ପ୍ରତି ଅପମାନ । ଏହାକୁ ନେଇ ବିଜେପି ନେତା ଜଣଙ୍କ ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି ।

 

ସୂଚନାଯୋଗ୍ୟ ଯେ, ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ମମତା ବାନାର୍ଜୀ ଜାତୀୟ ସଙ୍ଗୀତ ଆରମ୍ଭ କିଛି ସମୟ ପରେ ସେ ନିଜ ଚେୟାରୁ ଉଠୁଛନ୍ତି । କେବଳ ଏତିକି ନୁହେଁ, ଦ୍ରାବିଡ଼ ଉତ୍କଳ ବଙ୍ଗ ପରେ ଜୟ ମହାରାଷ୍ଟ୍ର, ଜୟ ବିହାର ଏବଂ ଜୟ ଭାରତ କହି ଜାତୀୟ ସଙ୍ଗୀତକୁ ବନ୍ଦ କରିଦେଇଥିଲେ ।

Leave a Reply

Your email address will not be published.