ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ

ନନ୍ଦନକାନନ: ଆସନ୍ତା ଅକ୍ଟୋବର ୪ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବ ନନ୍ଦନକାନନ। କରୋନା ମହାମାରୀର କଟକଣା ପାଇଁ ଗତ ମାର୍ଚ୍ଚ ମାସ ୧୪ ତାରିଖ ଠାରୁ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରଖାଯାଇଥିଲା। ତେବେଭ ସାଢେ ସତ ମାସ ବନ୍ଦ ରହିବା ପରେ ସରକାର କୋଭିଡ କଟକଣା ଭିତରେ ଖୋଲିବାକୁ ନିସ୍ପତି ନେଇଛନ୍ତି। ଅନଲାଇନ ଓ ଅଫ୍ ଲାଇନ୍ ଟିକେଟ କରି ଆସୁଥିବା ପର୍ଯ୍ୟଟକଙ୍କୁ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରଖି ଜୀବଜନ୍ତୁ ବୁଲି ଦେଖିବାକୁ ପଡିବ। ଏ ସମ୍ପର୍କରେ ସୂଚାନା ଦେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ବିମଳ ଚନ୍ଦର ଆଚାର୍ଯ୍ୟ କହିଛନ୍ତି। ତେବେ କେତେ ପର୍ଯ୍ୟଟକ କେଉଁ ଉପାୟରେ ବୁଲି ଦେଖିବେ ସେ ସମ୍ପର୍କରେ ଏବେ ତାଙ୍କ ପାଖରେ କିଛି ସରକାରୀ ନିର୍ଦ୍ଦେଶ ପହଁଚି ନାହିଁ । ଆଗକୁ ସୂଚନା ମିଳିବା ପରେ ଜଣାଇବେ ବୋଲି କହିଛନ୍ତି।।

Leave a Reply

Your email address will not be published.