ନବଜାତକୁ ସ୍କୃଡ୍ରାଇଭରରେ ଭୁସି ହତ୍ୟା

ମଧ୍ୟପ୍ରଦେଶ :ନିଜ ଭଗ୍ନୀ ଗର୍ଭରୁ ଜନ୍ମିତ ନବଜାତ ଶିଶୁକୁ  ଶତୃ ଭାବି କଂସ ହତ୍ୟା କରିଥିବା କଥା ଅପଣ ଶୁଣିଥିବେ। ଏହି ଦ୍ବାପର ଯୁଗର ନିର୍ମମ ଘଟଣା ଭଳି ଏକ ହୃଦୟ ବିଦାରକ ଘଟଣା ମଧ୍ୟପ୍ରଦେଶର ଭୋପାଳରୁ ସାମ୍ନାକୁ ଆସିଛି। ମାତ୍ର ୨ଦିନର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇ ମନ୍ଦିର ପାଖରେ ଲୁଚାଇ ଦିଆଯାଇଥିବା ଜଣା ପଡ଼ିଛି। ନବଜାତକୁ ‌୧୦୦ଥର ସ୍କୃଡ୍ରାଇଭରରେ ଭୁସି ହତ୍ୟା କରାଯାଇଥିବା କହିଛି ପୁଲିସ।  ମୃତ ନବଜାତର ପରିଚୟ ମିଳି ପାରି ନାହଁ।  ଦୁଇ ସପ୍ତାହକ ମଧ୍ୟରେ ଭୋପାଳରେ ଘଟିଥିବା ଏହା ତୃତୀୟ ନମଜାତ ଶିଶୁ ମୃତ୍ୟୁ ଘଟଣା ବୋଲି ଜଣା ପଡିଛି। । ଜଣେ ମହିଳାଙ୍କ କହିବା ମୁତାବକ, ସେପ୍ଟେମ୍ବର ୨୪ରେ ମନ୍ଦିର ପାଖରୁଏକ  ନବଜାତ ଶିଶୁର କ୍ଷତବିକ୍ଷତ ମୃତଦେହ ସ୍ଥାନୀୟ ଲୋକେ ଦେଖିଥିଲେ । ପ୍ରଥମେ ଜଙ୍ଗଲୀ ପଶୁର ଆକ୍ରମଣରେ ନବଜାତର ଶରୀର ଏଭଳି କ ହୋଇଥିବା ଭାବିଥିଲେ। ଶିଶୁର ଶବବ୍ୟବଚ୍ଛେଦ ରିପୋର୍ଟରୁ ସ୍କ୍ରୁଡ୍ରାଇଭରରେ କେହି ଜଣେ ପ୍ରାୟ ୧୦୦ଥର ଭୁସି ଶିଶୁଟିକୁ ହତ୍ୟା କରିଥିବା ସାମ୍ନାକୁ ଆସିଛି। ଯାହା ସମଗ୍ର ଭୋପଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଘଟଣା ଘଟାଉଥିବା ଲୋକ କିଏ,ସେ କାହିଁକି ଏପରି କରୁଛି ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ସେ  ଅଞ୍ଚଳର ସିସିଟିଭି ଫୁଟେଜର ଯାଞ୍ଚ କରୁଛି।

Leave a Reply

Your email address will not be published.