କ୍ରେନ୍ଦ୍ର ନାଁରେ ଚାଷୀ ନେତାଙ୍କର ପୁଣି ଏକ ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ର ନାଁରେ ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାଇତ ଏକ ଅଭିଯୋଗ ଆଣିଛନ୍ତି । କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ୬ ମାସରୁ ଅଧିକ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ଚାଷୀ। ଏହାରି ଭିତରେ ଭାରତ କିଷାନ ୟୁନିଅନର ନେତା ରାକେଶ ଟିକାଇତ ଅଭିଯୋଗ କରି କହିଛନ୍ତିଯେ, କେନ୍ଦ୍ର ସରକାର ଚାଷୀ ଆନ୍ଦୋଳନକୁ ଦିଲ୍ଲୀ ସୀମାରୁ ହଟାଇ ହରିଆଣାର ଜିନ୍ଦକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। ଏହାକୁ ନେଇ ରାକେଶ ଟିକାଇତ ଅସନ୍ତୋଷ ପ୍ରକାଶ କରିଛନ୍ତି। କେନ୍ଦ୍ରର ଏହି ଇଚ୍ଛାକୁ ତାଙ୍କ ନେତୃତ୍ୱାଧୀନ ଆନ୍ଦୋଳନ ପୂରଣ ହେବାକୁ ଦେବନି ବୋଲି ସେ କହିଛନ୍ତି।

ରାକେଶ ଟିକାଇତ ଚାଷୀଙ୍କୁ ସମ୍ବୋଧିତ କରିବା ପରେ କହିଛନ୍ତି, “କେନ୍ଦ୍ର ସରକାର ବିରୋଧ ପ୍ରଦର୍ଶନ ସ୍ଥାନକୁ ଦିଲ୍ଲୀ ସୀମାରୁ ହରିଆଣାର ଜିନ୍ଦକୁ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି। କିନ୍ତୁ ଆମେ ତାଙ୍କ ଷଡଯନ୍ତ୍ରକୁ ସଫଳ ହେବାକୁ ଦେବୁ ନାହିଁ। ଆମେ କୌଣସି ପରିସ୍ଥିତିରେ ଦିଲ୍ଲୀ ସୀମାଠାରୁ ହଟିବୁ ନାହିଁ”।

Leave a Reply

Your email address will not be published.