ଗ୍ୟାସ ଉପଭୋକ୍ତାଙ୍କ ପାଇଁ ନଭେମ୍ବର ୧ ରୁ ଲାଗୁ ହେବ ନୂଆ ନିୟମ । ଜାଣନ୍ତୁ କିପରି ମିଳିବ ଗ୍ୟାସ ସିଲିଣ୍ଡର

ନାଗରାଜ ନ୍ୟୁଜ୍ : ଗ୍ୟାସ ଉପଭୋକ୍ତାଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା। ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଲାଗୁ ହେବ  ନୂଆ ନିୟମ । ସିଲିଣ୍ଡର ଆଣିବା ପାଇଁ ଏଣିକି ଓଟିପି ଜରୁରୀ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ସିଲିଣ୍ଡର ଚୋରିକୁ ରୋକିବା ପାଇଁ ତଥା ସଠିକ୍ ଗ୍ରାହକଙ୍କୁ ଚିହ୍ନଟ କରିବା ପାଇଁ କମ୍ପାନୀଗୁଡିକ ଡେଲିଭରି ଅଥେନଟିକେସନ୍ କୋଡ୍ ବା ଡିଏସି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଗ୍ୟାସ ଚୋରି ରୋକିବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ସ୍ଥିର କରାଯାଇଛି । ଗ୍ୟାସ ବିତରଣରେ ଏଣିକି କୌଣସି ଜାଲିଆତି ହୋଇପାରିବ ନାହିଁ।

ତେବେ ଆପଣ ଭାବୁଥିବେ ଏହି ନୂତନ ବ୍ୟବସ୍ଥାରେ ଆପଣଙ୍କୁ କ’ଣ କରିବାକୁ ପଡିବ ।  ଏହି ନୂତନ ବ୍ୟବସ୍ଥା ଅତ୍ୟନ୍ତ ସରଳ ଅଟେ । ଯେତେବେଳେ ଆପଣ ଗ୍ୟାସ ସିଲିଣ୍ଡର ପାଇଁ ବୁକ୍ କରିବେ, ସେତେବେଳେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ  ଏକ ଓଟିପି ବା କୋଡ୍ ଟିଏ ପାଇବେ । ଏଲପିଜି ସିଲିଣ୍ଡର ଗ୍ରହଣ ପାଇଁ ଗ୍ରାହକମାନଙ୍କୁ ଏହି କୋଡ୍ ଦେଖାଇବାକୁ ପଡିବ ।

ଏହି ବ୍ୟବସ୍ଥାରେ କିଛି ଗ୍ରାହକ ଏଥିପାଇଁ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି । ଯେଉଁମାନଙ୍କର ଏଲପିଜି ବିତରଣ ବିଭାଗ ସହ ନିଜସ୍ବ  ବିବରଣୀ ଅପଡେଟ୍ ହୋଇନାହିଁ ସେମାନେ ନଭେମ୍ବର ୧ ତାରିଖ ପୂର୍ବରୁ ବିବରଣୀ ଅପଡେଟ୍ କରାଇ ନେବା ଆବଶ୍ୟକ। ତେବେ ଏହି ବ୍ୟବସ୍ଥା କେବଳ ଘରୋଇ ଗ୍ୟାସ ପାଇଁ ଲାଗୁ ହେବ। ବାଣିଜ୍ୟିକ କ୍ଷେତ୍ର ପାଇଁ ଏହି ନିୟମ ଲାଗୁ ହେବ ନାହିଁ ।

 

Leave a Reply

Your email address will not be published.