ବିଜୟର ପତାକା ଉଡାଇଲା ଭାରତ, ବିଶ୍ବ କୁସ୍ତି ଚାମ୍ପିଅନରେ ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କଲେ ଭାରତୀୟ ଝିଅ ପ୍ରୀୟା ମଲ୍ଲିକ

ନୂଆଦିଲ୍ଲୀ: ଗତକାଲି ଭଳି ଆଜି ମଧ୍ୟ ଭାରତୀୟ ଝିଅ ପାଇ ଭାରତ ମାଟି ଗର୍ବିତ । ଭାରତକୁ ମିଳିଲା ଡବଲ ଖୁସି । ଦୁଇ ଦିନରେ ଦୁଇ ଥର ଭାରତ ବିଜୟର ପତାକା ଉଡାଇଛି । ଗତକାଲି ମୀରାବାଈ ଚାନୁ ଟୋକିଓ ଅଲମ୍ପିକସରେ ରୌପ୍ୟ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ । ଆଜି ଚଳିତ ବର୍ଷ ବିଶ୍ୱ କୁସ୍ତି ଚାମ୍ପିଅନସିପରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଭାରତୀୟ କୁସ୍ତି ଚାମ୍ପିଅନ୍ ପ୍ରୀୟା ମଲ୍ଲିକ୍ । ପ୍ରୀୟା ୭୫ କିଲୋଗ୍ରାମ ଓଜନ ମହିଳା ଖେଳାଳୀ ବର୍ଗରେ ବେଲାଋଷ ଖେଳାଲୀଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

ପୂର୍ବରୁ ବିଶ୍ୱ କୁସ୍ତି ଚାମ୍ପଅନସିପ୍ ରେ ଭାରତକୁ ଅନେକ ସଫଳତା ହାସଲ ହୋଇଥିବା ବେଳେ ଆଜି ହଙ୍ଗେରୀରେ ଆୟୋଜିତ ବିଶ୍ୱ କୁସ୍ତି ଚାମ୍ପିଅନସିପ୍ ରେ ଭାରତ ପାଇଁ ଗର୍ବ ଆଣିଛନ୍ତି ପ୍ରୀୟା ମଲ୍ଲିକ୍ । ପ୍ରୀୟାଙ୍କ ଏହି ସଫଳତାରେ ଏବେ ପୁରା ଦେଶ ଗର୍ବୀତ ଥିବା ବେଳେ ଦେଶରୁ ପ୍ରୀୟା ଛୁଟୁଛି ଶୁଭେଚ୍ଛାର ସୁଅ ।

Leave a Reply

Your email address will not be published.