ଇନ୍ଦିରା ହ୍ରିଦୟେସଙ୍କ ଦେହାନ୍ତ

ନୂଆଦିଲ୍ଲୀ: ହୃଦଘାତ କାରଣରୁ କଂଗ୍ରେସର ବରିଷ୍ଠ ନେତ୍ରୀ ଇନ୍ଦିରା ହ୍ରିଦୟେସଙ୍କ ଆଜି ଦେହାନ୍ତ ହୋଇଛି । ସେ ଉତ୍ତରାଖଣ୍ଡ ବିଧାନସଭାର ବିରୋଧୀଦଳ ନେତ୍ରୀ ମଧ୍ୟ ଥିଲେ ।ଦିଲ୍ଲୀରେ ହେବାକୁ ଥିବା ଦଳୀୟ ବୈଠକରେ ଯୋଗଦେବାକୁ ସେ ଶନିବାର ଦିନ ରାଜଧାନୀରେ ପହଂଚିଥିଲେ । ସେ ଦିଲ୍ଲୀରେ ଉତ୍ତରାଖଣ୍ଡ ଭବନରେ ରହିଥିବା ବେଳେ ଆଜି ରୁମ ନଂ -୩୦୩ ରେ ତାଙ୍କର ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା କୁହାଯାଇଛି । ଏବେ ତାଙ୍କର ମର ଶରୀରକୁ ଉତ୍ତରାଖଣ୍ଡ ନେବାକୁ ପ୍ରସ୍ତୁତି ଚାଲିଛି ।

ୟୁପିରୁ ଅଲଗା ହୋଇ ସ୍ୱତନ୍ତ୍ର ଉତ୍ତରାଖଣ୍ଡ ରାଜ୍ୟ ହେବା ପରେ ପ୍ରାୟ ଦୁଇ ଦଶକ ଧରି ଇନ୍ଦିରା ହ୍ରିଦୟେସ କଂଗ୍ରେସର ଜଣେ ଚର୍ଚ୍ଚିତ ଚେହେରା ଭାବେ ବେସ୍ ଜଣାଶୁଣା ଥିଲେ । ସେ ଏବେ ଉତ୍ତରାଖଣ୍ଡ ବିଧାନସଭାରେ ବିରୋଧୀଦଳ ନେତା ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

Leave a Reply

Your email address will not be published.