ଏଲଓସି ଅନୁପ୍ରବେଶ ବିଫଳ, ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, (ନାଗରାଜ ନ୍ଯୁଜ): ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲଓସି) ରେ ଅନୁପ୍ରବେଶ ବିଫଳ ହେବା ପରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି । ଏନେଇ ଅଧିକାରୀମାନେ ସୋମବାରେ ସୂଚନା ଦେଇଛନ୍ତି । ସେନା କହିଛିଯେ, ସକାଳେ ‘ଏଲଓସି’ରେ ଜଣେ ଆତଙ୍କବାଦୀ ପୁଞ୍ଚ ସେକ୍ଟରରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଭାରତୀୟ ସିମାକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦିକୁ ନିହତ କରିଛନ୍ତି ସିମା ସୁରକ୍ଷା ବଳ ।

ତେବେ ସେନା ଏବଂ ଆତଙ୍କି ମଧ୍ୟରେ ଗୁଳିଚାଳନା ହେବାପରେ ସେଠାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ଯେଉଁଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ତାଙ୍କ ନିକଟରୁ ଏକ ଏକେ-୪୭ ରାଇଫଲ ଉଦ୍ଧାର କରାଯାଇଛି।

ସୂଚନା ମୁତାବକ ଏବେ ମଧ୍ୟ ଏହି ଅଞ୍ଚଳରେ ଅପରେସନ୍ ଜାରି ରହିଛି । ଇଣ୍ଟିଗ୍ରେଟେଡ୍ ସିସିଟିଭି ଗ୍ରୀଡ୍ର ପ୍ରଭାବଶାଳୀ ବ୍ୟବହାର ଦ୍ୱାରା ଆଲର୍ଟ ସୈନ୍ୟମାନେ ଅନୁପ୍ରବେଶ ବିଫଳ କରିବାରେ ସକ୍ଷମ ହୋଇଛନ୍ତି ବୋଲି ସେନା କହିଛି ।

Leave a Reply

Your email address will not be published.