ଚୀନ ସିମାରେ ୨ ଲକ୍ଷରୁ ଉର୍ଦ୍ଧ୍ଵ ଭୀରତୀୟ ସୈନିକ ମୁତୟନ

ନୂଆଦିଲ୍ଲୀ: ଚୀନର ମନ୍ଦ ଉଦେଶ୍ୟ ଉପରେ ସବୁବେଳେ ଭାରତର ନଜର ରହିଛି । ଏବେ ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ଭାରତ ଚୀନ ସୀମା ସଂଲଗ୍ନ ଅଂଚଳରେ ପାଖାପାଖି ୫୦ ହଜାର ସୈନିକଙ୍କୁ ମୁତୟନ କରିଛି । ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ର ସରକାର ନିକଟରେ ଚୀନ ସୀମାକୁ ଲାଗିଥିବା ଅଂଚଳରେ ଲଢୁଆ ବିମାନ ଓ ଅତିରିକ୍ତ ଯବାନଙ୍କୁ ମୁତୟନ କରିଛି । ଏବେ ଚୀନ ସୀମାରେ ପାଖାପାଖି ୨ ଲକ୍ଷରୁ ଅଧିକ ଯବାନ ମୁତୟନ ଅଛନ୍ତି, ଯାହାକୁ ଗତବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ । 

ଚୀନର ଦୋମୁହାଁ କାର୍ଯ୍ୟ ଉପରେ ନଜର ରଖିବାକୁ ଭାରତ ସୀମାକୁ ଲାଗିଥିବା ନିଜ ମାଟିରେ ୫୦ ହଜାର ସୈନିକ ମୁତୟନ କରିଛି । ଗଲୱାନ ଘାଟି ହିଂସା ପରେ ଉଭୟ ଭାରତ ଓ ଚୀନ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନା ଏବେ ବି କମ ହୋଇନାହିଁ । ଭାରତର ପଦକ୍ଷେପରେ ଚୀନ ଲାଗି ନିଜର ଚତୁରପଣକୁ ମୁକାବିଲା କରିବା ସହଜ ହେବ ନାହିଁ । 

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜଣେ ଅଧିକାରୀ କହିଛନ୍ତି, ପୂର୍ବରୁ ଏହି ଅଂଚଳରେ ଭାରତୀୟ ସେନାର ଉପସ୍ଥିତି ଚୀନକୁ ଅଟକାଇବାର ମନୋଭାବ ଥିଲା । କିନ୍ତୁ ଏବେ ଭାରତୀୟ କମାଣ୍ଡରଙ୍କ ନିକଟରେ ଆବଶ୍ୟକ ପଡ଼ିଲେ ଆକ୍ରମଣ କରିବା ଓ ଚୀନ କ୍ଷେତ୍ରକୁ ଜବରଦଖଲ କରିବା ବିକଳ୍ପ ହେବ । ଏହାକୁ ସୈନ୍ୟ ରଣନୀତି ଭାଷାରେ ‘ଅଫେନସିଭ ଡିଫେନ୍ସ’ କୁହାଯାଇଥାଏ । ରିପୋର୍ଟରେ କୁହାଯାଇଛିଯେ, ଭାରତ ସୈନିକଙ୍କୁ କଶ୍ମୀରରୁ ଚୀନ ସୀମା ଉପରେ ସ୍ୱତନ୍ତ୍ର ହେଲିକପ୍ଟର ଜରିଆରେ ପହଂଚାଇଛି । ଏଥିସହିତ ଏମ୍‌୭୭୭ ହୋଇଥଜର ତୋପ ମଧ୍ୟ ମୁତୟନ କରିଛି । 

Leave a Reply

Your email address will not be published.