ପାକିସ୍ତାନ ଓ ଚୀନ ମିଳିତ ଉଦ୍ୟମରେ ଗଣମାଧ୍ୟମ ହାଉସ ନିର୍ମାଣ

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ ମିଳିତ ଉଦ୍ୟମରେ ଗଣମାଧ୍ୟମ ହାଉସ ନିର୍ମାଣ କରିଛି । ସୂଚନା ଅନୁଯାୟୀ ଅନ୍ତର୍ଜାତୀୟ ସ୍ତରରେ ନିଜର ଭାବମୂର୍ତ୍ତି ପଦାରେ ପକାଇ ସାରିଥିବା ପାକିସ୍ତାନ ଏବେ ସୁଧୁରିବାକୁ ଉଦ୍ୟମ କରୁଛି । ଏବେ ଗଣମାଧ୍ୟମର ପ୍ରତିନିଧିଙ୍କ ସହାୟତାରେ ନିଜର ପ୍ରକୃତିରେ ସଂଶୋଧନ ପାଇଁ ଉଦ୍ୟମ କରୁଛି । ପାକିସ୍ତାନ ଓ ଚୀନ ମିଳିତ ଭାବେ ଗଣମାଧ୍ୟମ ହାଉସ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହା ମାଧ୍ୟମରେ ନିଜ ଦେଶର ସୁନାମ ଓ ଭାରତ ବିରୋଧୀ ପ୍ରଚାର କରିବାକୁ ଉଦ୍ୟମ ହେଉଛି । ପାକିସ୍ତାନ ଓ ଚୀନ ମଧ୍ୟରେ ଆଗାମୀ ସେନା ବୈଠକରେ ଏହାରି ଉପରେ ଅନ୍ତିମ ନିଷ୍ପତ୍ତି ନିଆଯିବ । ସବୁଠାରୁ ବଡ଼ କଥା ହେଲାଯେ, ଏହି ପ୍ରକଳ୍ପ ପାଇଁ ଭାରତୀୟ ସାମ୍ବାଦିକ ଓ ଲେଖକଙ୍କୁ ପାକିସ୍ତାନର ଏଜେନ୍ସି ସଂପର୍କ କରିସାରିଛି । ନିଜ ସାଥୀରେ କାମ କରିବାକୁ ପ୍ରସ୍ତୁତ କରାଉଛି । 

ଭାରତୀୟ ଗୁଇନ୍ଦା ସଂସ୍ଥାକୁ ମିଳିଥିବା ପାକିସ୍ତାନୀ ସେନାର ଏକ ଡକ୍ୟୁମେଣ୍ଟରେ ବିସ୍ତୃତ ଭାବରେ କୁହାଯାଇଛି ଯେ, ପାକିସ୍ତାନକୁ ନିଜ ବିରୋଧରେ ଅନ୍ତର୍ଜାତୀୟ ଜନମତରେ କେତେ କ୍ଷତି ହେଉଛି । ପାକିସ୍ତାନର ନାଗରିକଙ୍କୁ ପୂରା ବିଶ୍ୱର ଜନତା ଆତଙ୍କବାଦୀ ଦୃଷ୍ଟିରେ ଦେଖୁଛି । ପାକିସ୍ତାନୀ ନାଗରିକଙ୍କୁ ବିଦେଶର ବିମାନବନ୍ଦରରେ ବହୁତ ପଚରାଉଚରା କରାଯାଇଥାଏ । ସେହିପରି କଡ଼ା ଯାଂଚ ମଧ୍ୟ କରାଯାଇଥାଏ । କେବଳ ସେତିକି ନୁହେଁ ପାକିସ୍ତାନର ପାସପୋର୍ଟକୁ ସଂଦେହ ମଧ୍ୟ କରାଯାଇଥାଏ । 

ପାକିସ୍ତାନ ଉପରୋକ୍ତ ସ୍ଥିତିକୁ ପରିବର୍ତ୍ତନ କରିବା ଲାଗି ଅନ୍ତର୍ଜାତୀୟ ସ୍ତରରେ ଏକ ଗଣମାଧ୍ୟମ ଶିବିର ଚଲାଇବାକୁ ଚାହୁଁଛି । ଏଥି ପାଇଁ ଯେତେ ରାଶି ଖର୍ଚ୍ଚ ହେବ, ତାହା ଚୀନ ଦେବ । ପାକିସ୍ତାନ ଏହି କ୍ୟାମ୍ପ ସୋସିଆଲ ମିଡିଆରେ ମଧ୍ୟ ପ୍ରଚାର କରୁଛି । ଆଫଗାନିସ୍ତାନରୁ ବାହାରିବା ପରେ ଆମେରିକାକୁ ମଧ୍ୟ ପାକିସ୍ତାନର ଆବଶ୍ୟକତା ପଡ଼ିବ ନାହିଁ । ଆମେରିକା ପୂର୍ବରୁ ଚୀନ ସହିତ ପାକିସ୍ତାନ ସହିତ ମିଶିବା ଲାଗି ଓ ଆତଙ୍କବାଦ ପ୍ରସଙ୍ଗକୁ ନେଇ ଅସନ୍ତୁଷ୍ଟ ରହିଛି । ଏଥିପାଇଁ ପାକିସ୍ଥାନ ନିଜର ଭାବମୂର୍ତ୍ତିରେ ପରିବର୍ତ୍ତନ ଆଣିବାକୁ ଚାହୁଁଛି । ଅନ୍ତର୍ଜାତୀୟ ମିଡିଆ ସଂସ୍ଥା ମାଧ୍ୟମରେ ନିଜର ପ୍ରଚାର କରିବାକୁ ଚାହୁଁଛି । ତେବେ ପ୍ରଶ୍ନ ଉଠୁଛି ଯେ, କେତେ ଭାରତୀୟ ସାମ୍ବାଦିକ ପାକିସ୍ତାନର ଏହି ମିଡିଆ ହାଉସରେ ରହିବେ? 

Leave a Reply

Your email address will not be published.