୪ ଦିନିଆ ଜାମ୍ମୁ-କାଶ୍ମୀର ଓ ଲଦାଖ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଆସନ୍ତା କାଲି କାରଗିଲ୍ ଦିବସ । ଏହି ଅବସରରେ ଆଜି ଠାରୁ ୪ ଦିନିଆ ଜାମ୍ମୁ-କାଶ୍ମୀର ଓ ଲଦାଖ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସୂଚନା ଅନୁସାରେ ଆସନ୍ତା କାଲି କାରଗିଲ ଦିବସର ୨୨ ବର୍ଷ ପୂର୍ତ୍ତି ଅବସରରେ ହେଉଥିବା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଯୋଗ ଦେବା ସହିତ ୨୭ ତାରିଖରେ କାଶ୍ମୀର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେବାର ମଧ୍ୟ ଶୁଣିବାକୁ ମିଳିଛି ।

କାରଗିଲ ଦିବସରେ ରାଷ୍ଟ୍ରପତି ଲଦାଖ ସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀରେ ସହୀଦ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ କାଶ୍ମୀର ବିଶ୍ୱବିଦ୍ୟାଳୟ ବିଦ୍ୟାଳୟର ୧୯ ତ୍ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଦିଲ୍ଲୀ ଫେରିବାର କାର୍ଯ୍ୟସୂଚି ସ୍ଥିର ହୋଇଛି ।

Leave a Reply

Your email address will not be published.