ଭୋପାଳ କମଳା ନେହେରୁ ହସ୍ପିଟାଲରେ ଅଗ୍ନିକାଣ୍ଡରେ ୪ ଶିଶୁ ମୃତ

ଭୋପାଳ, (ନାଗରାଜ ନ୍ୟୁଜ): ମଧ୍ୟପ୍ରଦେଶର ଭୋପାଳର କମଳା ନେହେରୁ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିି ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଏହାସହ ୩୬ ନବଜାତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସର୍ଟ ସର୍କିଟ୍ରୁ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିବା ପରେ ହସ୍ପିଟାଲ କର୍ତୃପକ୍ଷ ୱାର୍ଡରେ ପହଞ୍ଚିଥିଲେ । ତୁରନ୍ତ ଶିଶୁଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଏହାରି ଭିତରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡ ଘଟିବା ପରେ ଶିଶୁମାନଙ୍କ ଅଭିଭାବକ ଓ ସ୍ଥାନୀୟ ଲୋକେ ହସ୍ପିଟାଲ ପହଞ୍ଚିଥିବାବେଳେ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ମୃତ ଶିଶୁମାନଙ୍କ ପରିବାର ଲୋକେ ଏଥିନେଇ ମେଡିକାଲକୁ ଦାୟୀ କରିଛନ୍ତି । ନିଆଁ ଲିଭାଇବା ପାଇଁ ହସ୍ପିଟାଲରେ କୌଣସି ବ୍ୟବସ୍ଥା ନଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ମୃତ ଶିଶୁମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ବୋଲି ରାଜ୍ୟ ଡାକ୍ତରୀ ଶିକ୍ଷାମନ୍ତ୍ରୀ ବିଶ୍ୱାସ ସାରଙ୍ଗ କହିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାକୁ ନେଇ ଦୁଃଖ ପ୍ରକଟ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published.