ଅକ୍ସିଜେନ ମେଡିକାଲ ସାମଗ୍ରୀକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ବପୂର୍ଣ ଶୁଣାଣୀ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ୨ୟ ଲହର ବ୍ରେକ ନେବାର ନାଁ ନେଉନାହିଁ । ଯାହା ଏବେ ଚିନ୍ତାର କେନ୍ଦ୍ରବିନ୍ଦୁ ପାଲଟିଛି । କିନ୍ତୁ ଏସବୁ ମଧ୍ୟରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । କାରଣ ୪ ଦିନ ପରେ ଦୈନିକ ସଂକ୍ରମଣ ୪ ଲକ୍ଷରୁ ତଳକୁ ଖସିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅକ୍ସିଜେନ ଏବଂ ମେଡିକାଲ ସାମଗ୍ରୀକୁ ନେଇ ସୁପ୍ରିମ କୋର୍ଟରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ ହେବ । ଆଜିର ଶୁଣାଣୀ ପୂର୍ବରୁ କେନ୍ଦ୍ର ସରକାର କୋର୍ଟରେ ନିଜର ଏଫିଡେଭିଟ ମଧ୍ୟ ଦାଖଲ କରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅକ୍ସିଜେନ ଯୋଗାଣ ନେଇ ପୂର୍ବରୁ ମଧ୍ୟ ସୁପ୍ରିମ କୋର୍ଟରେ ଶୁଣାଣୀ ହୋଇଥିଲା । 

କରୋନା ସଂକଟ ସମୟରେ ଦେଶରେ ଅକ୍ସିଜେନ ଏବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ଦେଶର ଅଧିକାଂଶ ରାଜ୍ୟରେ ଅକ୍ସିଜେନର ଅଭାବ ରହିଛି । ଦେଶରେ ଯେତିକି ପରିମାଣରେ ଅକ୍ସିଜେନ ଉତ୍ପାଦନ ହେଉଛି, ତାହା ଚାହିଦା ପୂରଣ କରିପାରୁ ନାହିଁ । ତେଣୁ ବିଦେଶ ରାଷ୍ଟ୍ର ଗୁଡ଼ିକ ମଧ୍ୟ ଭାରତକୁ ଅକ୍ସିଜେନ ଯୋଗାଉଛନ୍ତି । ଆମେରିକା, ବ୍ରିଟେନ ଭଳି ଦେଶଗୁଡ଼ିକ ସହଯୋଗର ହାତ ବଢ଼ାଇଛନ୍ତି । 

 

 

Leave a Reply

Your email address will not be published.