କଟକଣାକୁ କରାଯିବ କୋହଳ, ଦିଲ୍ଲୀରେ ଆରମ୍ଭ ହେଉଛି ଅନଲକ୍ ୫.୦

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସ୍ଥିତି ସୁଧୁରୁଥିବାବେଳେ ରାଜଧାନୀ ଦିଲ୍ଲୀରେ ସ୍ଥିତି ଆୟତାଧିନ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀ ଅନଲକ୍ ପର୍ଯ୍ୟାୟ ଆଡେ ଗତି କରୁଛି । ପୂର୍ବରୁ ଦିଲ୍ଲୀ କଟକଣା ମଧ୍ୟରେ ଅନଲକ୍ ୪.୦ ଆରମ୍ଭ ହୋଇଥିବା ବେଳେ ବର୍ତମାନ ଆସନ୍ତା କାଲିଠାରୁ ଆଉ କିଛି କଟକଣା କୋହଳ କରାଯାଇ ଅନଲକ୍ ୫.୦ ଆରମ୍ଭ ହେବାକୁ ଯାଉଛି ।

ଆସନ୍ତା କାଲିଠୁ ଦିଲ୍ଲୀ ଜିମ୍ , ବାର , ରେଷ୍ଟୁରାଷ୍ଟ ଖୋଲିବା ସହିତ କଟକଣା ମଧ୍ୟରେ ଉତ୍ସବ ପାଳନ ପାଇଁ ମଧ୍ୟ ଦିଲ୍ଲୀ ସରକାର ଅନୁମତି ଦେଇଛନ୍ତି । ଆସନ୍ତା କାଲି ଠାରୁ ରାଜଧାନୀ ବାସୀ ବିନା ପ୍ରତିବନ୍ଧକରେ ଘରୁ ବାହାରି ପାରିବେ । ବାହାଘର ଏବଂ ସୁଧି କ୍ରିୟା ପାଇଁ ସୀମିତ ଲୋକଙ୍କ ମଧ୍ୟରେ ଆୟୋଜନ କରାଯାଇପାରିବ ବୋଲି ଶନିବାର ଦିଲ୍ଲୀ ସରକାର ଅନଲକ୍ ୫.୦ର ଗାଇଡଲାଇନ୍ସ ଜାରି କରି ସୂଚନା ଦେଇଛନ୍ତି ।

ତେବେ ବର୍ତମାନ ଦିଲ୍ଲୀରେ ପଜିଟିଭିଟି ରେଟ୍ ୫ ପ୍ରତିଶତ ତଳେ ରହିଥିଲେ ସୁଦ୍ଧା କଟକଣା ମଧ୍ୟରେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଛି ଏବଂ ଏବେବି ବିପଦ ଟଳିନାହିଁ ବୋଲି ଦିଲ୍ଲୀ ବାସୀଙ୍କୁ ସତର୍କ କରାଇଛନ୍ତି କେଜ୍ରିୱାଲ ସରକାର ।

Leave a Reply

Your email address will not be published.