ରେଳ ମନ୍ତ୍ରଳାୟରେ ହେବ ୧୮ ଘଣ୍ଟିଆ ଡ୍ୟୁଟି: କେନ୍ଦ୍ର ରେଳ ମନ୍ତ୍ରୀ

ନୂଆଦିଲ୍ଲୀ: ରେଳ ମନ୍ତ୍ରଳାୟରେ ଏବେ ୧୮ ଘଣ୍ଟିଆ ଡ୍ୟୁଟି ହେବ । ଯାହାର ସୂଚନା ଦେଇଛନ୍ତି ନୂଆ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ । ମୋଦିଙ୍କ କ୍ୟାବିନେଟ ପୁନଃ ଗଠନରେ ଅଶ୍ୱିନୀ ବୈଷ୍ଣବ୍ କେନ୍ଦ୍ର ରେଳ ମନ୍ତ୍ରୀର ପଦବୀ ପାଇଛନ୍ତି । ଶପଥ ଗ୍ରହଣ କରି ଦାୟିତ୍ୱ ଗ୍ରହଣ କରିବା ପରେ ହିଁ ରେଳ ମନ୍ତ୍ରୀ ଏହି ବଡ଼ ନିଷ୍ପତି ନେଇଛନ୍ତି ।

ଦୁଇଟି ସିଫ୍ଟରେ ୧୮ ଘଣ୍ଟିଆ ଡ୍ୟୁଟି ହେବ । ଯାହାର ନିର୍ଦ୍ଦେଶନାମା ଜାରୀ କରାଯାଇଛି । ସକାଳ ୭ ଟାରୁ ଦିନ ଅପରାହ୍ନ ୩ ଟା ଓ ଦିନ ୩ ଟାରୁ ରାତି ୧୨ ଟା ଯାଏଁ ଦୁଇଟି ସିଫ୍ଟରେ ହେବ ଡ୍ୟୁଟି । ଦେଶର ସମସ୍ତ ରେଳ ଅଫିସ୍ ଓ ରେଳ ମନ୍ତ୍ରଳାୟରେ ଏହାକୁ ଖୁବ୍ ଶୀଘ୍ର ଲାଗୁ କରିବାକୁ ରେଳ ମନ୍ତ୍ରଳାୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା ।

ଦେଶରେ ରେଳ ସେବାକୁ ଅଧିକ ସୁଗମ ଓ ସହଜରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ରେଳ ମନ୍ତ୍ରଳାୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି ।ଅନ୍ୟପଟେ ଦେଶରେ ରେଳ ସେବାକୁ ଅଧିକ ବ୍ୟାପକ ଓ ପ୍ରସାରିତ କରିବାର ଆଭିମୁଖ୍ୟରେ ଆହୁରି ମଧ୍ୟ କିଛି ବଡ଼ ବଡ଼ ନିଷ୍ପତି ନେଇପାରନ୍ତି କେନ୍ଦ୍ରର ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ ବୋଲି ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published.