ଡାକ୍ତର ଦିବସ ଅବସରରେ ଅପରାହ୍ନ ୩ଟାରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ହେଉଛି ଜାତୀୟ ଡାକ୍ତର ଦିବସ । ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ । ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୂଲ୍ୟବୋଧ ଢେର ଗୁଡ଼ ବଢ଼ିଯାଇଛି । କାରଣ ସମଗ୍ର ବିଶ୍ୱ ସହିତ ଭାରତ କରୋନା ଭାଇରସରେ ଲକ୍ଷାଧିକ ଲୋକଙ୍କୁ ହରାଇଛି । ତଥାପି ଡାକ୍ତରଙ୍କ ଦିନରାତି ପରିଶ୍ରମ ଯୋଗୁଁ କୋଟି କୋଟି ଲୋକଙ୍କର ଜୀବନ ବଞ୍ଚିଯାଇଛି । 

ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି । ଟ୍ଵିଟ୍ କରି ମୋଦୀ କହିଛନ୍ତିଯେ, ଡାକ୍ତରଙ୍କ ଉଦ୍ୟମ ଯୋଗୁଁ ଭାରତ ଗର୍ବ କରୁଛି । କୋଭିଡ-୧୯ ସହ ମୁକାବିଲା କରିପାରିଛି । ଗତ ରବିବାର ମନ୍ କି ବାତ କାର୍ଯ୍ୟକ୍ରମରେ ମୋଦୀ ଡକ୍ଟର ଦିବସକୁ ମନେ ପକାଇଥିଲେ । 

Leave a Reply

Your email address will not be published.