କରୋନା ସଂକ୍ରମଣ ପରିସ୍ଥିତି ସମ୍ପର୍କରେ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର-ପୂର୍ବର ଆଠଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଆଜି ୮ଟି ରାଜ୍ୟ ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିବେ ।

କୋଭିଡ ମାମଲାରେ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ସଂକ୍ରମଣ ହାର ଅଧିକ ରହିଥିବା ବେଳେ କେତେକ ଜିଲ୍ଲାରେ ସଂକ୍ରମଣ ହାର ବହୁତ ଅଧିକ ରହିଛି । ଦେଶର ୬୬ ଟି ଜିଲ୍ଲା ୧୦% କିମ୍ବା ତା’ଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ସପ୍ତାହରେ ସରକାର ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ଏହି ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ସ୍ଥାନ ମଧ୍ୟରୁ ୩୯ ଟି ଉତ୍ତର-ପୂର୍ବର ଜିଲ୍ଲା ରହିଛି । ସଂକ୍ରମଣ ପାଇଁ କରାଯାଉଥିବା ପରିକ୍ଷାରେ ପଜିଟିଭ୍ ହାର ଅଧିକ ରହୁଥିବାରୁ ପୁର୍ବରୁ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଥିଲେ । 

Leave a Reply

Your email address will not be published.