ମେ ୩୧ ପରେ ସୁପ୍ରିମକୋର୍ଟ କରିବେ ଶୁଣାଣି

ନୂଆଦିଲ୍ଲୀ: ସିବିଏସଇ ଏବଂ ଆଇସିଏସଇ ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା ବାତିଲ କରିବା ପାଇଁ ଦାବି କରାଯାଇଥିଲା । ଏହି ଦାୟର ମାମଲା ଊପରେ ସୁପ୍ରିମକୋର୍ଟ ଶୁକ୍ରବାର ଶୁଣାଣି ସ୍ଥଗିତ ରଖିଛନ୍ତି । ମେ’ ୩୧ ଯାଏଁ ଏହାର ଶୁଣାଣି ସ୍ଥଗିତ ରଖାଯାଇଛି । ବିଚାରପତି ଏ ଏମ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଜୁନ୍‌ ୧ ସୁଦ୍ଧା କେନ୍ଦ୍ର ସରକାର ଏନେଇ କିଛି ନିଷ୍ପତ୍ତି ନେଇପାରନ୍ତି । ହୁଏତ ସରକାରଙ୍କ ନିଷ୍ପତ୍ତି ଆବେଦନକାରୀମାନଙ୍କ ସପକ୍ଷରେ ଯାଇପାରେ । ତେଣୁ ସେପର୍ଯ୍ୟନ୍ତ ସମସ୍ତେ ଅପେକ୍ଷା କରନ୍ତୁ । ତା’ ପରେ ଅଦାଲତ ଏହା ଉପରେ ଶୁଣାଣି କରିବେ ।

Leave a Reply

Your email address will not be published.