ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଆଡମିରାଲ ଆର. ହରି କୁମାର

ନୂଆଦିଲ୍ଲୀ,(ନାଗରାଜ ନ୍ୟୁଜ) : ଆଡମିରାଲ ଆର. ହରି କୁମାର ନୌସେନାର ନୂତନ ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଡମିରାଲ କରମବୀର ସିଂଙ୍କ ସ୍ଥାନରେ ସେ ମଙ୍ଗଳବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ମୁଖ୍ୟ ଭାବରେ ନିଯୁକ୍ତ ହେବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ସହିତ ସମ୍ମାନିତ କରାଯାଇଥିଲା । ଦାୟିତ୍ୱ ନେବା ପରେ ଆଡମିରାଲ ହରି କୁମାର କହିଛନ୍ତି, “ଭାରତୀୟ ନୌ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବା ମୋ ପାଇଁ ଗର୍ବର ବିଷୟ । ଭାରତୀୟ ଜାତୀୟ ସ୍ୱାର୍ଥର ସୁରକ୍ଷା ଓ ସାମୁଦ୍ରିକ ଆହ୍ୱାନର ମୁକାବିଲା କରିବା ଆମର ମୁଖ୍ୟ ଲକ୍ଷ୍ୟ ରହିବ । ଏହା ପୂର୍ବରୁ ସେ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର, କମାଣ୍ଡିଙ୍ଗ ଇନ ଚିଫ ଭାବେ କାର୍ଯ୍ୟ କରୁଥିଲେ । ନିଜର ୩୯ ବର୍ଷର କାର୍ଯ୍ୟକାଳରେ ସେ ନୌସେନାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ କରିଛନ୍ତି ।

Leave a Reply

Your email address will not be published.