ବଢ଼ିବାରେ ଲାଗିଛି ଓମିକ୍ରନ ସଂକ୍ରମଣ, ସତର୍କ ସୂଚନା ଜାରି କଲେ ଆଇଏମ୍‌ଏ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ସାରା ବିଶ୍ୱରେ କୋଭିଡର ସବୁ ଭ୍ୟାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ ଓମିକ୍ରନ । ଯଦି ଏହାକୁ ନିୟନ୍ତ୍ରଣ କରାଯାଇନପାରେ ତାହାଲେ ତୃତୀୟ ଲହର ଆସିଯିବ ବୋଲି ଅଣ୍ଡିଆନ ଲେଡିକାଲ ଆସୋସିଏସନ କହିଛନ୍ତି । ସେଥିପାଇଁ ସଠିକ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ । ତେବେ ଦେଶରେ ବର୍ତ୍ତମାନ ସୁଦ୍ଧା ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଅଧିକ ବ୍ୟାପୁଥିବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବ ବୋଲି ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି । ମାତ୍ର ଭାରତ ସ୍ଥିତି ଏବେ ସ୍ୱାଭାବିକ ରହିଛି । ହେଲେ ଓମିକ୍ରନ ପାଇଁ ଏବେଠୁ ସତର୍କ ହୋଇ ନରହିଲେ ଆଗକୁ ବିପଦ ହୋଇପାରେ । ଏନେଇ ଖୁବ୍ ଶୀଘ୍ର ତୃତୀୟ ଲହର ଦେଖିବାକୁ ପଡିପାରେ ବୋଲି ଆଇଏମଏ ଅଧିକାରୀମାନେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ସେପଟେ ଦକ୍ଷିଣ ଆଫ୍ରିକାରେ ପ୍ରଥମ ଚିହ୍ନଟ ହୋଇଥିବା ଓମିକ୍ରନ ଏବେ ୩୪ରୁ ଅଧିକ ରାଷ୍ଟ୍ରକୁ ତାର କାୟା ମେଲାଇବାରେ ଲାଗିଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଏକ ଚିନ୍ତାଜନକ ପ୍ରଜାତି ଭାବେ ଘୋଷଣା କରିଛନ୍ତି ।

Leave a Reply

Your email address will not be published.