ଚିନ୍ତା ବଢ଼ାଇଲାଣି ଓମିକ୍ରନ, ବିଦେଶ ଫେରନ୍ତା ନିଖୋଜ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ଏବେ ପୂରା ଦେଶକୁ ଘାରିଛି ଓମିକ୍ରନ ଚିନ୍ତା । ଏହାରି ଭିତରେ ପ୍ରଶାସନ ପାଇଁ ସବୁଠାରୁ ବଡ ଚିନ୍ତାର କାରଣ ପାଲଟିଛି ବିଦେଶରୁ ଫେରିଥିବା ଲୋକ ନିଖୋଜ ହେବା ଘଟଣା । ମହାରାଷ୍ଟ୍ରର ଥାନେ ଜିଲ୍ଲାରୁ ବିଦେଶ ଫେରନ୍ତା ନିଖୋଜ ହେବା ଘଟଣା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ନିକଟରେ ୩୧୮ ଜଣ ବିଦେଶରୁ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ପତ୍ତା ମିଳୁନାହିଁ । ସେହିପରି ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୧୦ ଓମିକ୍ରମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାତ୍ର ରାଜ୍ୟ ହିସାବରେ ଏହା ସର୍ବାଧିକ ମାମଲା ଅଟେ । ୧୨ ନିଖୋଜ ବିଦେଶୀ ଫେରନ୍ତାଙ୍କ ସନ୍ଧାନ ପାଇଁ ତଲାସି ଅଭିଯାନ ଜାରି ରହିଛି । ସେମାନଙ୍କର ଠିକଣା ମିଳିବା କଷ୍ଟକର ହୋଇପଡିଛି । କାହିଁକି ନା ସେମାନଙ୍କର ମୋବାଇନ ବନ୍ଦ ରହିଛି । ଅନ୍ୟ କିଛି ଯାତ୍ରୀ ନିଜର ଠିକଣା ମଧ୍ୟ ଭୁଲ ଦେଇଥିବା ଯାଞ୍ଚରୁ ଜଣାପଡିଛି ।

ସେପଟେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପୁଣି ଥରେ ଦିଆଯାଇଥିବା ଠିକଣା ସ୍ଥଳକୁ ଯିବେ । ଗତ କିଛି ଦିନ ହେଲା କର୍ଣ୍ଣାଟକ ଏବଂ ଆନ୍ଧ୍ରପ୍ରଦେଶ ସହିତ ଅନ୍ୟ ରାଜ୍ୟରୁ ଆସୁଥିବା ନିଖୋଜ ଯାତ୍ରୀଙ୍କ ଖବର ଆସୁଛି । ତେବେ କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ନଭେମ୍ବର ୨୫ରେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲା । ଆଉ ଏବେ ଏହା ତାରା କାୟା ବିସ୍ତାର କରିବାରେ ଲାଗିଲାଣି ।

Leave a Reply

Your email address will not be published.