ଆଜିଠାରୁ ହ୍ବାଟସଆପରେ ପଠାଇପାରିବେ ଟଙ୍କା

ନୂଆଦିଲ୍ଲୀ:  ଦେଶ ଓ ବିଦେଶରେ ଲୋକପ୍ରିୟତା ହାସଲ କରିଥିବା  ହ୍ବାଟସ ଆପ୍ ରେ ଆଜିଠାରୁ ଟଙ୍କା ପଠାଯାଇପାରିବ।  ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ବାଟସଆପକୁ ଅନୁମତି  ପ୍ରଦାନ କରିଛି। ସବୁ ଦିନେ  ହ୍ବାଟସଆପରେ ଲୋକମାନେ ଚାଟ୍ ଓ ଭିଡିଓ କଲ କରୁଥିବା ବେଳେ ଆଜିଠାରୁ  ଟଙ୍କା ବି ପଠାଇପାରିବେ। ଫେସବୁକ୍ ଇଣ୍ଡିଆ ମୁଖ୍ୟ ଅଜିତ ମୋହନ କହିଛନ୍ତି ଭାରତରେ ହ୍ବାଟସଆପ ଆପ୍ ରେ ପେମେଣ୍ଟ ଲାଇଭ୍ କରାଯାଇଛି ଏବଂ ଆଜିଠାରୁ ଲୋକମାନେ ହ୍ବାଟସଆପ ଆପ୍ ମାଧ୍ୟମରେ ଟଙ୍କା ପଠାଇ ପାରିବେ।

ଭାରତରେ  ଦଶଟି ଆଞ୍ଚଳିକ ଭାଷାରେ ହ୍ବାଟସଆପ ଆପ୍ ପେମେଣ୍ଟ ଉପଲବ୍ଧ ହେବ। ପୂର୍ବରୁ ହ୍ବାଟସଆପ ଆପ୍ ରେ ଏକ ପେମେଣ୍ଟ ବିକଳ୍ପ ଅଛି, ଏହାକୁ ଏବେ ବ୍ୟବହାର କରାଯାଇ ପାରିବ। ଯଦି ନାହିଁ, ତେବେ ହ୍ବାଟସଆପ ଆପ୍ ଅପଡେଟ୍ କରି ପେମେଣ୍ଟ ବିକଳ୍ପ ପାଇ ପାରିବେ | ହ୍ବାଟସଆପ  ଆପ୍ ମାଧ୍ୟମାର ପେମେଣ୍ଟ କରିବା ପାଇଁ ହେଲେ ଗ୍ରାହକଙ୍କ ପାଖରେ ଏକ ଡେବିଟ୍ କାର୍ଡ ରହିବା ଆବଶ୍ୟକ, ଯାହାକି ୟୁପିଆଇକୁ ସମର୍ଥନ କରେ | ଆପଣ ହ୍ବାଟସଆପ ଆପ୍ ପେମେଣ୍ଟ ବିକଳ୍ପକୁ ଯାଇ ବ୍ୟାଙ୍କ ଚୟନ କରି ସବିଶେଷ ତଥ୍ୟ ପ୍ରବେଶ କରି ଏହାକୁ ସକ୍ରିୟ କରିପାରିବେ | ପେମେଣ୍ଟ ସେବା ପାଇଁ ହ୍ବାଟସଆପ ଆପ୍ ୫ଟି ବଡ ବ୍ୟାଙ୍କ ସହିତ ସହଭାଗିତା କରିଛି। ସେଗୁଡିକ ମଧ୍ୟରେ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଏସବିଆଇ ଏବଂ ଜିଓ ପେମେଣ୍ଟ ବ୍ୟାଙ୍କ ଅନ୍ତର୍ଭୁକ୍ତ। ହ୍ବାଟସଆପ ଆପ୍ ପେମେଣ୍ଟ ଜରିଆରେ ହ୍ବାଟସଆପ ଆପ୍ ପେମେଣ୍ଟ ବ୍ୟବହାର କରୁନଥିବା ବ୍ୟବହାରକାରୀକୁ ମଧ୍ୟ ଟଙ୍କା ପଠାଯାଇ ପାରିବ। ଏହି ସୁବିଧା ନିଜ ବ୍ୟବହାରକାରୀଙ୍କୁ ଯୋଗାଇ ଦେବା ପାଇଁ ହ୍ବାଟସଆପ ପ୍ରାୟ ୩ବର୍ଷ ଅପେକ୍ଷା କରିଥିଲା ​​ଏବଂ ଆଜିଠାରୁ କମ୍ପାନି ଏହାକୁ ଭାରତରେ ଆରମ୍ଭ କରିଛି।

 

Leave a Reply

Your email address will not be published.