ଜରୁରୀକାଳୀନ ଅବତରଣ ସମୟରେ ବିମାନ ଦୁର୍ଘଟଣା, ୭ ମୃତ

ସାଣ୍ଟୋ ଡୋମିନଗୋ, (ନାଗରାଜ ନ୍ୟୁଜ : ଡୋମିନିକୀୟ ଗଣତନ୍ତ୍ରର ରାଜଧାନୀ ସାଣ୍ଟୋ ଡୋମିନଗୋର ଲାସ୍‌ ଆମେରିକାସ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ ସମୟରେ ଘରୋଇ ବିମାନ ଦୁର୍ଘଟଣା ଘଟିଛି । ଏହି ବିମାନ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ବିମାନର ଅପରେଟର ହେଲିଡୋସା ଆଭିଏସନ୍ ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି । ମୃତକମାନଙ୍କ ମଧ୍ୟରୁ ୭ ଜଣ ଯାତ୍ରୀ ଥିବା ବେଳେ ଅନ୍ୟ ୨ ଜଣ ହେଉଛନ୍ତି ବିମାନର ଚାଳକ । ଏହି ମୃତକମାନଙ୍କ ମଧ୍ୟରେ ୬ ଜଣ ବିଦେଶୀ ନାଗରିକ ଅଛନ୍ତି । ବିମାନଟି ଡୋମିନିକାନ୍ ରିପବ୍ଲିକର ଲା ଇସାବେଲା ଅନ୍ତର୍ଜାତୀୟ ବିମାନବନ୍ଦରରୁ ଫ୍ଲୋରିଡା ଅଭିମୁଖେ ଯାତ୍ରା କରୁଥିବାବେଳେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଲରେ ବିମାନର ପାଇଲଟ ଜରୁରୀକାଳୀନ ଅବତରଣ କରିବାକୁ ଉଚିତ ଭାବିଲେ। ବିମାନ ଉଡ଼ାଣର ମାତ୍ର ୧୫ ମିନିଟ୍ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଦୁର୍ଘଟଣା ଆମକୁ ବହୁତ ଯନ୍ତ୍ରଣା ଏବଂ ଦୁଃଖ ଦେଇଛି। ସଂକଟ ସମୟରେ ଶୋକସନ୍ତପ ପରିବାରକୁ ସହାୟତା କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି କଂପାନୀ କହିଛି। ତେବେ କେଉଁଥି ପାଇଁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା, ତାହା ଜଣାପଡ଼ି ନାହିଁ।

Leave a Reply

Your email address will not be published.