ବିରଳ ‘ଗୋଲାପୀ କଲରାପତରିଆ’ ଚିତା ବାଘ ଠାବ

ଜୟପୁର, (ନାଗରାଜ ନ୍ୟୁଜ): ବିରଳ ଚିତା ବାଘ ଠାବ ହୋଇଛି । ରାଜସ୍ଥାନର ପାଲି ଜିଲ୍ଲାର ଆରାବଳି ପାହାଡର ରଣକପୁର ଅଞ୍ଚଳରେ ଏକ ବିରଳ ‘ଗୋଲାପୀ ଚିତାବାଘ’କୁ ସ୍ତାନୀୟ ଲୋକେ ଦେଖିଥିବା କଥା କହିଛନ୍ତି । ଏନେଇ ରାଜସମନ୍ଦ ‘ଡେପୁଟି କଞ୍ଜରଭେଟର ଅଫ ଫରେଷ୍ଟସ’ (ଡିସିଏଫ) ଫତେ ସିଂହ ରାଠୋର ଗଣମାଧ୍ୟମକୁ କହିଛନ୍ତିଯେ, ବହୁ ବାର ‘ଗୋଲାପୀ କଲରାପତରିଆ’ଟିକୁ ଦେଖିଥିବା କଥା ରଣକପୁର ଓ କୁମ୍ଭଲଗଡ଼ର ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି । ନିକଟ ଅତୀତରେ ମଧ୍ୟ ସେ ଅଞ୍ଚଳରେ ‘ଷ୍ଟ୍ରବେରି’ ରଙ୍ଗର ଛାଲ ଥିବା ଗୋଟାଏ ବୃହଦକାୟ ମାର୍ଜାରର  ଫଟୋ ଉତ୍ତୋଳନ କରାଯାଇଥିଲା । ବଣ୍ୟଜନ୍ତୁ ସଂରକ୍ଷକ ଭାବେ ସମ୍ପୃକ୍ତ ଅଞ୍ଚଳ ମଧ୍ୟକୁ ମାନବ ପ୍ରବେଶ ଉପରେ କଟକଣା ଜାରି କରି ସେ କଲରାପତରିଆକୁ ନିରାପଦ ରଖିବା ହେଉଛି ଆମର ଉଦ୍ଦେଶ୍ୟ ।

ସୂଚନାଯୋଗ୍ୟ, ପୂର୍ବରୁ ୨୦୧୨ ଏବଂ ପୁନର୍ବାର ୨୦୧୯ରେ ଦକ୍ଷିଣ ଆଫ୍ରିକାରେ ଏକ ଚିତାବାଘ ଠାବ ହୋଇଥିଲା । ଯାହା ସ୍ୱାଭାବିକ ଭାବେ ହଳଦିଆ ଓ ବାଦାମୀ ରଙ୍ଗଠାରୁ ଭିନ୍ନ ଥିଲା । ସମ୍ପ୍ରତି ସେଠାରେ ଦେଖା ଦେଇଥିବା ଦୁର୍ଲଭ କଲରାପତରିଆଟି ସ୍ଥାନୀୟ ବାସିନ୍ଦା ପାଇଁ ଉଭୟ ଗୌରବ ଓ ଚିନ୍ତାର କାରଣ ହୋଇଛି । କେତେକ ବିଶେଷଜ୍ଞଙ୍କ ମତରେ ଗୁଣସୂତ୍ର ବିକୃତି ଯୋଗୁଁ କଲରାପତ୍ରିଆ ଛାଲର ରଙ୍ଗ ଗୋଲାପୀ ହୋଇଯାଇଛି ।

Leave a Reply

Your email address will not be published.