ସଡ଼କ ଦୁର୍ଘଟଣା: ଜିଅନ୍ତା ଜଳିଗଲେ ୨ ବାଇକ ଆରୋହି

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଉତ୍ତର ପ୍ରଦେଶର କାନପୁରସ୍ଥିତ ଚୌବେପୁର ଅଞ୍ଚଳରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ୨ ଜଣ ବାଇକ ଆରୋହୀ ଜିଅନ୍ତା ଜଳି ଯାଇଛନ୍ତି । ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମୃତକଙ୍କ ପରିବାର ଉତ୍ତେଜିତ ହୋଇଥିବା ବେଳେ ପୁଲିସ ସେମାନଙ୍କୁ ବୁଝାସୁଝା କରି ଶାନ୍ତ କରାଇଛି । ରିପୋର୍ଟ ଅନୁସାରେ ଚୌବେପୁରର ଭୌସାନା ଗାଁ ନିକଟରେ ଏକ ଟ୍ରାକ୍ଟର ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଏହା ଅତି ଭୟଙ୍କର ଥିଲା । ଫଳରେ ବାଇକରେ ବସିଥିବା ୨ ଜଣ ଯୁବକ ଜୀଅନ୍ତା ଜଳି ଯାଇଥିଲେ । ମୃତ ଯୁବକମାନେ ହେଲେ ଶ୍ରବଣ ଓ ବ୍ରଜେଶ । ଟ୍ରାକ୍ଟର ଦ୍ରୁତଗତିରେ ଯାଉଥିଲା । ବାଇକରେ ଉଭୟ ଯୁବକ ମଧ୍ୟ ଦ୍ରୁତଗତିରେ ଅଗ୍ରସର ହେଉଥିଲେ। ସେମାନେ ନିୟନ୍ତ୍ରଣ ହରାଇ ଟ୍ରାକ୍ଟର ଭିତରକୁ ପଶିଯାଇଥିଲେ। ଏହି ସମୟରେ ବାଇକ୍‌ର ଟାଙ୍କି ବିସ୍ଫୋରଣ ହୋଇଥିଲା ଏବଂ ଚାରିଆଡ଼େ ନିଆଁ ଲାଗିଥିଲା । ଫଳରେ ସେମାନେ ଜୀଅନ୍ତା ଜଳି ଯାଇଥିଲେ। ଉଭୟ ଯୁବକ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ।

Leave a Reply

Your email address will not be published.