ୟୁକ୍ରେନ୍ ସହ ଲଢ଼େଇ ପାଇଁ ସିରିଆର ଯୋଦ୍ଧାଙ୍କୁ ଭର୍ତ୍ତି କରୁଛି ରୁଷ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ପେଣ୍ଟାଗନ ପକ୍ଷରୁ ରୁଷିଆ ଉପରେ ବଡ଼ ଅଭିଯୋଗ ଅଣାଯାଇଛି । ୟୁକ୍ରେନ୍ ମିଡିଆ କହିଛି ଯେ, ପେଣ୍ଟାଗନ ଅନୁସାରେ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପାଇଁ ସିରିଆର ଯୋଦ୍ଧାଙ୍କୁ ରୁଷିଆ ନିଜ ସେନାରେ ସାମିଲ କରୁଛି । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ, ସିରିଆର ଯୋଦ୍ଧାଙ୍କୁ ପୁତିନ ନିଜର ସେନାରେ ଭର୍ତ୍ତି କରୁଛନ୍ତି । ପେଣ୍ଟାଗନର ମୁଖପାତ୍ର ଜନ କିର୍ବୀ କହିଛନ୍ତି ଯେ, ତାଙ୍କୁ ସିରିଆର ଯୋଦ୍ଧାଙ୍କ ସଂଖ୍ୟା ତଥା କ୍ଷମତା ସଂପର୍କରେ ସୂଚନା ନାହିଁ । ଯୁଦ୍ଧକୁ ଆଜି ୧୩ ଦିନ ହୋଇଥିବା ବେଳେ ୟୁକ୍ରେନ୍‌ର ୧୦ ବିଲିୟନ ଡଲାର ସମ୍ପତ୍ତି କ୍ଷତି ହୋଇସାରିଛି । ୟୁକ୍ରେନ୍ ମିଡିଆ ପକ୍ଷରୁ ଏହା ଦାବି କରାଯାଇଛି । ୟୁକ୍ରେନ୍‌ର ଭତ୍ତିଭୂମି ମନ୍ତ୍ରୀ ଆଲେକଜାଣ୍ଡର କୁବ୍ରାକୋଭ ପକ୍ଷରୁ ଏହି ଦାବି କରାଯାଇଛି । ସେ କହିଛନ୍ତି ଯେ, ଏକ ବର୍ଷ ମଧ୍ୟରେ ଏହାକୁ ଆମେ ପୂରା କରିଦେବୁ ।

ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚିଛି । କିନ୍ତୁ ଯୁଦ୍ଧ ବିରତି ପାଇଁ ସେହିଭଳି କୌଣସି ଦୃଷ୍ଟାନ୍ତ ପଦକ୍ଷେପ ନିଆଯାଇ ନାହିଁ । ଏବେ ୟୁକ୍ରେନ୍ ସାମ୍ନାରେ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆ କିଛି ସର୍ତ୍ତ ରଖିଛି । ୟୁକ୍ରେନ୍‌ର ମିଡିଆ ଦାବି କରିଛି ଯେ, ରୁଷିଆ ୪ଟି ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ରଖିଛି ଏବଂ କହିଛି ଯେ, ସର୍ତ୍ତମାନିଲେ ତୁରନ୍ତ ଯୁଦ୍ଧ ବନ୍ଦ କରିବ ।

Leave a Reply

Your email address will not be published.