ଆସିପାରେ ବଡ଼ ଖବର, ଦୀର୍ଘ ଦିନ ପରେ ଚାଷୀ ଫେରିବେ ଘରକୁ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ ): ଆଜିଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନ ସଭା ଦ୍ୱାରା ପାରିତ କରାଯିବା ପରେ ୩ କୃଷି ଆଇନକୁ ନିଷ୍କ୍ରିୟ କରାଯାଇଥିବା ବିଧେୟକକୁ ସୋମବାର ରାଜ୍ୟସଭାରେ ଉପସ୍ଥାପନା କରାଯାଇପାରେ । ଚାଷୀଙ୍କ ଆନ୍ଦୋଳନକୁ ନେଇ ଆଜି ବଡ଼ ଖବର ଆସିପାରେ । ସୋମବାର ସିଂଘୁ ସୀମାରେ ଜରୁରୀକାଳୀନ ବୈଠକ ଆହ୍ୱାନ କରାଯାଇଛି । ଅନ୍ୟପଟରେ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ କୃଷି ଆଇନ ନିଷ୍କ୍ରିୟ ବିଧେୟକ-୨୦୨୧କୁ ଲୋକସଭାରେ ବିଚାର କରାଯିବା ପାଇଁ ତାଲିକା ପ୍ରସ୍ତୁତି ହୋଇଛି ।

ସୂତ୍ର ଅନୁସାରେ ଲୋକସଭାରେ ବିଧେୟକ ଗୃହୀତ ହେବା ପରେ ଏହାକୁ ସଂସଦର ଉପର ଗୃହକୁ ପଠାଯିବ। ଅନ୍ୟପଟେ ଚାଷୀ ଆନ୍ଦୋଳନକୁ ନେଇ ମଧ୍ୟ ବଡ଼ ଖବର ଆସିପାରେ। ଚାଷୀ ଆନ୍ଦୋଳନରେ ସାମିଲ ସିଂଘୁ ସୀମାରେ ଆଜି ଜରୁରୀକାଳୀନ ବୈଠକ କରିବେ । ପୂର୍ବାହ୍ନ ୧୧ଟାରେ ଏହି ବୈଠକର ଆୟୋଜନ ହେବ ଏବଂ ଚାଷୀମାନେ ଘରକୁ ଫେରିବା ନେଇ ଘୋଷଣା ହୋଇପାରେ ।

Leave a Reply

Your email address will not be published.