ମିସାଇଲ୍‌ ‘ବାବର’ର ନୂଆ ସଂସ୍କରଣକୁ ସଫଳତାର ସହିତ ପରୀକ୍ଷଣ କଲା ପାକିସ୍ତାନ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ପାକିସ୍ତାନର ମିସାଇଲ୍‌ ‘ବାବର’ର ନୂଆ ସଂସ୍କରଣକୁ ସଫଳତାର ସହିତ ପରୀକ୍ଷଣ କରିଛି । କିନ୍ତୁ ଏହା ଭାରତର ‘ନିର୍ଭୟ’ ଠାରୁ ଦୁର୍ବଳ ମିସାଇଲ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲ ପ୍ରଥମ ଥର ପାଇଁ ଫେବୃଆରୀ ପରେ କରାଯାଇଥିଲା । ଏହି ମିସାଇଲ ୯୦୦ କିଲୋମିଟର ଲକ୍ଷ୍ୟଭେଦ କରିପାରିବ । ଏହା ପୂର୍ବରୁ ଏହାର ରେଞ୍ଜ ୪୫୦ କିଲୋମିଟର ଥିଲା । କିନ୍ତୁ ଏହା ଭାରତର ଯେକୌଣସି ମିସାଇଲ ତୁଳନାରେ ଦୁର୍ବଳ । ପାକିସ୍ତାନ ଗତ ଫେବୃଆରୀରେ ଏହି ମିସାଇଲର ପୁରୁଣା ସଂସ୍କରଣ ପରୀକ୍ଷା କରିଥିଲା, ଯାହାର କ୍ଷମତା ୪୫୦ କିମି ଥିଲା । ପାକିସ୍ତାନ ସେନା ଦାବି କରିଥିଲା ଯେ, ‘ବାବର’ ମିସାଇଲ ଭୂପୃଷ୍ଟ ଓ ସମୁଦ୍ରରୁ ସଠିକ୍‌ ଲକ୍ଷ୍ୟଭେଦ କରିପାରିବ। ପରୀକ୍ଷଣ ସମୟରେ ପାକିସ୍ତାନ ସେନାର ଅନେକ ଉଚ୍ଚାଧିକାରୀ ଉପସ୍ଥିତ ଥିଲେ।

ବାବର ମିସାଇଲର ଓଜନ ୧୫୦୦ କିଲୋ। ଏହାର ୬.୨ ମିଟର ଲମ୍ବ ହୋଇଥିବା ବେଳେ ବ୍ୟାସ ୦.୫୨ ମିଟର। ଏଥିରେ ୪୫୦-୫୦୦ କିଲୋର ପାରମ୍ପରିକ ପରମାଣୁ ଅସ୍ତ୍ର ପଠାଯାଇପାରିବ। ଭାରତର ନିର୍ଭୟ ମିସାଇଲ ୬ମିଟର ଓ ଚୌଡ଼ା ୦.୫୨ମିଟର। ଏହାର ପଙ୍ଖା ମୋଟ ୨.୭ ମିଟର। ଏହି ମିସାଇଲରେ ଟେକ୍‌ନିକ୍‌ ବ୍ୟବହାର କରାଯାଇଛି। ଶତ୍ରୁର ଟାର୍ଗେଟକୁ ଶେଷ କରିବା ପୂର୍ବରୁ ଏହାର ଫଟୋ ଓ ଭିଡିଓ ରେକର୍ଡିଂ କରି ଭିଡିଓ କଣ୍ଟ୍ରୋଲ ରୁମ୍‌କୁ ପଠାଇପାରିବ। ନିର୍ଭୟ ମିସାଇଲ ୧୫୦୦ କିମି ପର୍ୟ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଭୂପୃଷ୍ଟରୁ ଅତିବେଶୀରେ ୪କିଲୋମିଟର ଉପରକୁ ଉଡି ଟାର୍ଗେଟ ପୂରା କରିପାରିବ।

Leave a Reply

Your email address will not be published.