ଚୀନରେ ପ୍ରଥମ ଓମିକ୍ରନ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଚୀନରେ ପ୍ରଥମ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛି । ଚିହ୍ନଟ ହେବା ପରେ ପୂର୍ବବର୍ତ୍ତୀ ରାଜ୍ୟରେ ଲକ୍ଷାଧିକ ଲୋକଙ୍କର ଯାତ୍ରା ଉପରେ କଟକଣା ଲାଗୁ କରିଦିଆଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଉତ୍ତର ଚୀନ୍‌ର ତିୟାନଜିନ ସହରରେ ଓମିକ୍ରନ ଭାରିଆଣ୍ଟର ପ୍ରଥମ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ରିପୋର୍ଟରେ କୁହାଯାଇଛି ଯେ, ବିଦେଶ ଫେରନ୍ତା ଜଣେ ଯାତ୍ରୀଙ୍କ ନମୁନା ପରୀକ୍ଷା କରାଯାଇଥିଲା, ଯେଉଁଥିରେ କି ସଂପୃକ୍ତ ବ୍ୟକ୍ତି ଜଣକ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ମାତ୍ର ଯାତ୍ରୀଙ୍କର ନାଗରିକତା ଅଥବା ଯାତ୍ରା ବିବରଣୀକୁ ସାର୍ବଜନିକ କରାଯାଇ ନାହିଁ । ଚୀନର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଯାତ୍ରୀ କୋଭିଡ-୧୯ରେ ପୀଡିତ। ତାଙ୍କର ଅନ୍ୟ ନମୁନା ଯେତେବେଳେ ପରୀକ୍ଷା କରାଗଲା ଡିସେମ୍ବର ୯ ତାରିଖରେ ଓମିକ୍ରନ୍‌ ଭାରିଆଣ୍ଟ ହୋଇଥିବା ଜଣାପଡ଼ିଥିଲା। ତେବେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିଥିବାରୁ ସର୍ବସାଧାରଣ ସମାରୋହ ଏବଂ ଯାତ୍ରା ଉପରେ କଟକଣା ଲାଗୁ କରାଯାଇଛି। ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ଆସିଥିବା ଲୋକଙ୍କର ଉପରେ ନଜର ରଖାଯାଇଛି।

Leave a Reply

Your email address will not be published.