‘ଯମୁନା ଏକ୍ସପ୍ରେସ୍ ୱେ’ର ନାମ ହେବ ପରିବର୍ତ୍ତନ, ବାଜପେୟୀଙ୍କ ନାମରେ ମିଳିବ ପରିଚୟ

ଲକ୍ଷ୍ନୌ, (ନାଗରାଜ ନ୍ୟୁଜ): ‘ଯମୁନା ଏକ୍ସପ୍ରେସ୍ ୱେ’ର ନାମ ପରିବର୍ତ୍ତନ କରିବା ନେଇ ଉତ୍ତରପ୍ରଦେଶର ଯୋଗୀ ସରକାର ବିଚାର କରୁଛନ୍ତି । ‘ଏକ୍ପପ୍ରେସ୍‌ ୱେ’ର ନାମ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ରଖାଯାଇପାରେ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୨୫ ତାରିଖରେ ଜେୱର ଆସୁଛନ୍ତି । ଏଠାରେ ପ୍ରସ୍ତାବିତ ଦେଶର ସର୍ବବୃହତ୍ତ ବିମାନବନ୍ଦର ପାଇଁ ଭୂମି ପୂଜନ କରିବେ । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ ଏକ ବିଶାଳ ରାଲିକୁ ସମ୍ବୋଧିତ କରିବେ । ଏହି ରାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ‘ଯମୁନା ଏକ୍ସପ୍ରେସ୍‌ ୱେ’ର ନୂଆ ନାମ ଘୋଷଣା କରିପାରନ୍ତି।

Leave a Reply

Your email address will not be published.